ଏଇ ଭାରତରେ

କଥାରେ ଅଛି ଯାହାକୁ ରଖିବେ ଅନନ୍ତ କେ କରି ପାରେ ବଳବନ୍ତ। ଠିକ୍‌ ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ରାଜସ୍ଥାନର ଲଚ୍ଛାରୀ ଗାଁରେ। ମାତ୍ର ୪ ବର୍ଷର ବାଳକଟିଏ ୯୦ ଫୁଟ ଏକ ବୋରୱେଲ ଭିତରୁ ସୁରକ୍ଷିତଭାବେ ଉଦ୍ଧାର ହେବା ପରେ ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଏହି ଗାଁରେ ୪ ବର୍ଷର ବାଳକ ଅନିଲ ଅନ୍ୟ ସାଙ୍ଗମାନଙ୍କ ସହିତ ଖେଳୁଥିବାବେଳେ ସେଠାରେ ଥିବା ଏକ ବୋରୱେଲରେ ହଠାତ୍‌ ପଡ଼ି ଯାଇଥିଲା। ଏକଥା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକେ ପ୍ରଥମେ ଅନିଲକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ। ଏହାପରେ ଖବର ପାଇ ଉଦ୍ଧାର କାର୍ଯ୍ୟରେ ଏନ୍‌ଡିଆରଏଫ୍‌ ଟିମ୍‌ ମଧ୍ୟ ସାମିଲ ହୋଇଥିଲା। ଶେଷରେ ବହୁ ଉଦ୍ୟମ ପରେ ପ୍ରାୟ ୧୬ ଘଣ୍ଟାର ପରିଶ୍ରମ ପରେ ଅନିଲକୁ ଉଦ୍ଧାର କରାଯାଇଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ଅନିଲ ବୋରୱେଲ ଭିତରୁ ବାହାରିବା ପରେ ବି ସମ୍ପୂର୍ଣ୍ଣ ସୁସ୍ଥ ଥିଲା। ତେବେ ଉଦ୍ଧାର ପରେ ପିଲାଟିକୁ ଡାକ୍ତରଖାନାରେ ଭର୍ତ୍ତି କରାଯିବାକ ପରେ ତା’ର ଚିକିତ୍ସା କରାଯାଇଥିଲା। ଡାକ୍ତରଙ୍କ କହିବା ଅନୁସାରେ ଅନିଲ ସମ୍ପୂର୍ଣ୍ଣ ସୁସ୍ଥ ଅଛି।