Categories: Uncategorized

ଏଇ ଭାରତରେ

ତାମିଲନାଡୁର ରାମନାଥପୁରମ୍‌ ଫରେଷ୍ଟ ରେଞ୍ଜ୍‌ର ବନ ଅଧିକାରୀ ଏସ୍‌. ସତୀଶ ରୋଲ ମଡେଲ ପାଲଟିଛନ୍ତି। ପରିବେଶ ଓ ଜୀବଙ୍କ ସୁରକ୍ଷା ପାଇଁ ଏକ ଦୀର୍ଘମିଆଦୀ ଅଭିଯାନ ଚଳାଇବାରେ ସେ ସମ୍ପୂର୍ଣ୍ଣ ଭିନ୍ନ । ସତୀଶ ଶିକାରୀଙ୍କ କବଳରୁ ପ୍ରାଣୀଙ୍କୁ ରକ୍ଷା କରିବା ସହ ଅଲିଭ ରିଡ୍‌ଲେ କଇଁଛଙ୍କ ଜୀବନ ବଞ୍ଚାଉଛନ୍ତି। ସେ ସମୁଦ୍ର ତଳେ ଜମାହେଉଥିବା ପ୍ଲାଷ୍ଟିକ ବର୍ଜ୍ୟ ସଫା କରିବା ସହ ୬,୦୦୦ ବର୍ଗଫୁଟ ବ୍ୟାପି ଗଲଫ୍‌ ଅଫ୍‌ ମନ୍ନାର ମେରାଇନ ନ୍ୟାଶନାଲ ପାର୍କର ସୁରକ୍ଷା ଅଭିଯାନ ଚଳାଇଛନ୍ତି। ୩୫ ବର୍ଷୀୟ ସତୀଶ ୧୦୦ ଏକର ହେନ୍ତାଳ ବଣ ସୃଷ୍ଟି କରିଛନ୍ତି। ୪୦,୦୦୦ କଇଁଛଙ୍କ ସୁରକ୍ଷା ହିଁ ତାଙ୍କର ଏକ ଉଲ୍ଲେଖନୀୟ କାର୍ଯ୍ୟ। ଦୁଇ ଦଶନ୍ଧୀ ଧରି ପ୍ରାୟ ୪୦୦ ବନ ଅଧିକାରୀଙ୍କ ସହ କାର୍ଯ୍ୟ କରିବା ତଥା ସେମାନଙ୍କୁ ଗାଇଡ୍‌ କରୁଥିବା ଓ୍ବାଇଲ୍ଡ ଲାଇଫ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆର ବରିଷ୍ଠ ବୈଜ୍ଞାନିକ କେ. ଶିବ କୁମାର ସତୀଶଙ୍କୁ ଜଣେ ଭିନ୍ନ ଅଧିକାରୀ ବୋଲି କହିଛନ୍ତି। ମେଟ୍ଟୁପାଲୟମର ଫରେଷ୍ଟ କଲେଜ ଆଣ୍ଡ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟରୁ ଶିକ୍ଷା ଶେଷ କରି ୨୦୧୧ରେ ତାମିଲନାଡୁ ସିଭିଲ ସର୍ଭିସରେ କୃତକାର୍ଯ୍ୟ ହେଲା ପରେ ପ୍ରଥମେ ଫରେଷ୍ଟ ରେଞ୍ଜ ଅଫିସର(ଟ୍ରେନି) ଭାବେ ନିଯୁକ୍ତି ପାଇଥିଲେ।