ଏଇ ଭାରତରେ

ଏଥର ଚଢ଼ିବେ ବାଉଁଶ ସାଇକେଲ। ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିତ୍ବ, କିନ୍ତୁ ସତ। ଏମିତିକା ସାଇକେଲ ନିର୍ମାଣ କରିଛନ୍ତି ମହାରାଷ୍ଟ୍ରର ଏକ ଦମ୍ପତି। ଭାରତୀୟ ବାୟୁସେନାର ପୂର୍ବତନ ପାଇଲଟ ଶଶିଶଙ୍କର ପାଠକ ଏବଂ ତାଙ୍କ ସ୍ତ୍ରୀ ଦେବିକା ବାଉଁଶ ସାଇକେଲ ନିର୍ମାଣ କରିବା ଲାଗି ୨୦୧୬ରେ ‘ବାମ୍ବୋଚି’ କମ୍ପାନୀ ଆରମ୍ଭ କରିଥିଲେ। ଏବେ ଏହି କମ୍ପାନୀ ଦୁଇ ସିଟ୍‌ ବିଶିଷ୍ଟ ବୈଦ୍ୟୁତିକ ଓ ଫୋଲ୍‌ଡିଂ ବାଉଁଶ ସାଇକେଲ ତିଆରି କରୁଛି। ପ୍ରଥମେ ପାଠକ ପୁଣେଠାରୁ ୬୦ କି.ମି. ଦୂର ତାଙ୍କ ଗାଁ ଫାର୍ମରେ ବାଉଁଶର ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରୁଥିତ୍ଲେ। ପରେ ଏକ ଟେଲିଭିଜନ ଶୋ’ରେ ଏଭଳି ସାଇକେଲ ବିଷୟରେ ଜାଣିବା ପରେ ଏହାର ନିର୍ମାଣ ଆରମ୍ଭ କରିଥିଲେ। ଦୁଇ ବର୍ଷ ପରେ ସେ ଏହାର ପ୍ରତିକୃତି ନିର୍ମାଣ କରିବାକୁ ସକ୍ଷମ ହେଲେ। ପାଠକ ପ୍ରଥମେ ତାଙ୍କ ପାଇଁ ଓ ପରେ ବ୍ୟବସାୟିକ ଲକ୍ଷ୍ୟ ନେଇ ଏହି ସାଇକେଲ ତିଆରି କରୁଛନ୍ତି। ସାଇକେଲର ମୂଲ୍ୟ ରଖିଛନ୍ତିି ୧,୦୫,୦୦୦ ଟଙ୍କା। ଉପତ୍ାଦନ ବଢ଼ିଲେ ଏହାର ମୂଲ୍ୟ କମିବ ବୋଲି କହିଛନ୍ତି ପାଠକ। ସାଇକେଲରେ ଏକା ପ୍ରକାରର ୨୫ଟି ଫ୍ରେମ, ଟାୟାର ଓ ଟ୍ୟୁବ ଲଗାଯାଇଛି। ଏହା ରେନ୍‌ ରେଜିଷ୍ଟାଣ୍ଟ। ବାଉଁଶ ନିର୍ମିତ ଇ-ସାଇକେଲରେ ଲିଥିୟମ ବ୍ୟାଟେରି ଖଞ୍ଜାଯାଇଛି। ଥରେ ଚାର୍ଜ ହେଲେ ଏହା ଯାଉଛି ୭୦କିମି। ଫ୍ରାନ୍ସର ପ୍ରଫେଶନାଲ ସାଇକ୍ଲିଷ୍ଟ ପ୍ୟାଟ୍ରିକ ଲିଫେରି ପାଠକଙ୍କଠାରୁ ବାଉଁଶ ସାଇକେଲ ନିର୍ମାଣ କୌଶଳ ଶିକ୍ଷା କରିଛନ୍ତି।