ଏଇ ଭାରତରେ

ବାଇକ୍‌ ଚଢ଼ୁଛି ଗୁଆଗଛ। ଆଶ୍ଚର୍ଯ୍ୟ ଲାଗୁଥିତ୍ଲେ ବି ଏହା ସତ। ଏମିତିକା ବାଇକ୍‌ ନିର୍ମାଣ କରିଛନ୍ତି କର୍ନାଟକର କୃଷକ ଗଣପତି ଭଟ୍ଟ। ମାଙ୍ଗାଲୁରର କୋମେଲ ଗଁାର ଚାଷୀ ଗଣପତି ତାଙ୍କ ବନ୍ଧୁ ଶର୍‌ଭିନ ମାବିନଙ୍କ ସହଯୋଗରେ ଏହି ବାଇକ୍‌ ନିର୍ମାଣ କରିଛନ୍ତି। ଏହାର ନାମ ରଖିଛନ୍ତି ‘ଆରେକା ବାଇକ୍‌’। ଏକ ଲିଟର ପେଟ୍ରୋଲରେ ଏହା ଏକାଥରକେ ୯୦ଟି ଗୁଆଗଛ ଚଢ଼ିପାରୁଛି। ଏହାଯୋଗୁ ଶ୍ରମ ଖର୍ଚ୍ଚ ୨୦% କମିଯାଉଛି। ଗଣପତିଙ୍କ ବୟସ ୫୧। ସେ କୃଷି ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ୧୯୯୧ରୁ ୧୪ ଏକର ଜମିରେ ଗୁଆ ଓ ନଡ଼ିଆ ଚାଷ କରୁଛନ୍ତି। ଗଛ ଚଢ଼ି ଗୁଆ ଓ ନଡ଼ିଆ ପାରିବା ଲାଗି ଜଣେ ଶ୍ରମିକ ଦିନକୁ ୨୦୦୦ ଟଙ୍କା ନେଉଥିବାରୁ ଶ୍ରମ ବାବଦରେ ଖର୍ଚ୍ଚ କମାଇବା ଲାଗି ସେ ଏଭଳି ବାଇକ୍‌ ନିର୍ମାଣ କରିବାକୁ ଆରମ୍ଭ କରି ଏବେ ସଫଳତା ପାଇଛନ୍ତି। ଏହି ବାଇକ୍‌ ୮୪ ମିଟର ଗଛକୁ ୩୦ ସେକେଣ୍ଡରେ ଚଢ଼ୁଛି। ଏହା ମଧ୍ୟ କୀଟନାଶକ ସ୍ପ୍ରେ କରିବାକୁ ସକ୍ଷମ। ବାଇକ୍‌ର ଓଜନ ୨୮ କେ.ଜି, କିନ୍ତୁ ଏହା ୮୦ କେଜି ଓଜନର ଲୋକଙ୍କୁ ନେଇ ଗଛ ଚଢ଼ିପାରୁଛି। ଏହାର ମୂଲ୍ୟ ଏବେ ୫୯,୦୦୦ ଟଙ୍କା ରଖାଯାଇଛି ଓ ୧ ବର୍ଷର ଓ୍ବାରେଣ୍ଟି ଦେଉଛନ୍ତି ଗଣପତି। ଏବେ ସୁଦ୍ଧା ସେ ୭୦୦ ବାଇକ୍‌ ଚାଷୀଙ୍କୁ ଉପତ୍ାଦନ ଖର୍ଚ୍ଚରେ ବିକ୍ରି କରିସାରିଲେଣି।