ଏଇ ଭାରତରେ

ବ୍ରେଷ୍ଟଫିଡିଂ ବା ସ୍ତନ୍ୟପାନକୁ ନେଇ ରହିଥିବା ସାମାଜିକ ଓ ଧାର୍ମିକ କଟକଣା ବିରୋଧରେ ଲଢ଼େଇ କରୁଛନ୍ତି କେରଳର ଡ. ଏମ୍‌.ଐଶ୍ୱର୍ଯ୍ୟା। ସେ କୋଏମ୍ବାଟୁର ପାରେଣ୍ଟି ନେଟ୍‌ଓ୍ବର୍କ (ସିପିଏନ୍‌) ମାଧ୍ୟମରେ ସ୍ତନ୍ୟପାନ କରାଇବାର ପଦ୍ଧତି, ଶିଶୁ ଜନ୍ମ ପରେ ମା’ର ମାନସିକ ବିଷାଦ ଦୂର କରିବା ଏବଂ ବ୍ରେଷ୍ଟ ମିଲ୍କ ବ୍ୟାଙ୍କ ସମ୍ପର୍କରେ ସଚେତନ କରୁଛନ୍ତି। ବ୍ରେଷ୍ଟଫିଡିଂକୁ ନେଇ ରହିଥିତ୍ବା କିଛି ଠିକ୍‌ ଓ ଭୁଲ୍‌ ଧାରଣାରୁ ଆଗକୁ ବଢ଼ି ଅଧିକ ବ୍ରେଷ୍ଟମିଲ୍କ ଦାନ କରିବାକୁ ମା’ମାନଙ୍କୁ ଉତ୍ସାହିତ କରୁଛନ୍ତି ଐଶ୍ୱର୍ଯ୍ୟା। ଅସହାୟ ଶିଶୁମାନଙ୍କୁ ଏହା ଯୋଗାଇ ଦେବା ଲକ୍ଷ୍ୟରେ ସେ ଏହି ଅଭିଯାନ ଚଳାଇଛନ୍ତି। ସେ ତାଙ୍କ ସ୍ବାମୀଙ୍କଠାରୁ ଅଲଗା ହୋଇ ତାଙ୍କ ଶିଶୁ କନ୍ୟା ସହ ରହୁଛନ୍ତି। ତାଙ୍କ ଅଭିଯାନର ନାମ ରଖିତ୍ଛନ୍ତି ‘ୟୁରିଥୁଲି’। ଏହା ମାଧ୍ୟମରେ ଗତ ୪-୫ ବର୍ଷ ମଧ୍ୟରେ ୩୦୦ ମା’ଙ୍କୁ ବଳକା କ୍ଷୀର ଦାନ କରିବାକୁ ଉତ୍ସାହିତ କରିପାରିଛନ୍ତି। ଏହି କ୍ଷୀରକୁ କୋଏମ୍ବାଟୁର ମେଡିକାଲ କଲେଜ ହସ୍ପିଟାଲ ଏବଂ ଅନ୍ୟ ମିଲ୍କ ବ୍ୟାଙ୍କକୁ ଦାନ ମଧ୍ୟ କରୁଛନ୍ତିି। କୋଭିଡ୍‌ ମହାମାରୀରେ ମା’ମାନଙ୍କର ମୃତ୍ୟୁ ଘଟୁଥିବାରୁ ଏବେ ଏହି କ୍ଷୀର ବେଶ୍‌ ଉପଯୋଗୀ ହୋଇପାରୁଛି। କୋଏମ୍ବାଟୁର ପାରେଣ୍ଟି ନେଟ୍‌ଓ୍ବର୍କ ଏବେ ୧୦,୦୦୦ ସଦସ୍ୟ ଫେସ୍‌ବୁକରେ ଯୋଡ଼ି ହୋଇଛନ୍ତି। ଜଣେ ମା’ ୧୦୦ରୁ ୩୦୦ ମିଲି ଲିଟର କ୍ଷୀର ଦାନ କରିପାରିବେ ଓ ଏହା ୧୦ ଜଣ ଶିଶୁଙ୍କୁ ଦିଆଯାଇପାରିବ ବୋଲିି କହନ୍ତି ଐଶ୍ୱର୍ଯ୍ୟା। ଏହି କ୍ଷୀରକୁ ଭଲ ଭାବେ ପରୀକ୍ଷା କରାଯାଇ ଶିଶୁମାନଙ୍କୁ ଦିଆଯାଉଛି।