ଏଇ ଭାରତରେ

ଗୋଟିଏ ବର୍ଷରେ ୨ ଲକ୍ଷ ୩୦ ହଜାର କେ.ଜି. ଆମ୍ବ ଉତ୍ପାଦନ କରିବା କମ୍‌ କଥା ନୁହେଁ। ଗୁଜରାଟର ରାଜେଶ ଶାହାଙ୍କ ଦ୍ୱାରା ଏହା ସମ୍ଭବ ହୋଇଛି ା କଲମୀ ଗଛରୁ ନୁହେଁ, ଅତି ପୁରୁଣା ବା ବୁଢା ଗଛରୁ ସେ ଆମ୍ବ ଉତ୍ପାଦନ କରି ରେକର୍ଡ କରିଛନ୍ତି ା
ଶାହାଙ୍କ ଆମ୍ବ ବଗିଚାରେ ପାଖାପାଖି ୬୦୦ ଅତି ପୁରୁଣା ଆମ୍ବଗଛ ଅଛି। ଏଗୁଡିକ ସବୁ ୮୦ରୁ ୧୨୫ ବର୍ଷ ପୁରୁଣା।
ଶାହା ଗ୍ରୀଡ୍‌ଲିଂ ପଦ୍ଧତି (ଶାଖା କିମ୍ବା ଗଣ୍ଠିର ଚାରିପାଖରେ ଗୋଲ କରି ଖୋଳି ଛଡାଇ ଦିଆଯାଏ)ରେ ଅଧିକ ଆମ୍ବ ଅମଳ କରୁଛନ୍ତି। ଭଲସାଦରୁ ୪୫ କି.ମି. ଦୂର ଉମରଗାମ ବ୍ଲକର ଫାନସା ଗଁାରେ ୬୫ ଏକର ଆମ୍ବ ଫାର୍ମ ତାଙ୍କ ଜେଜେବାପା କରିଥିଲେ। ୧୮୦ ବର୍ଷ ପୂର୍ବେ ତାଙ୍କ ପୂର୍ବପୁରୁଷ ରାଜସ୍ଥାନରୁ ଭଲସାଦ୍‌କୁ ଆସିଥିଲେ ଓ ଆମ୍ବ ଚାଷ ଆରମ୍ଭ କରିଥିଲେ ା
ଏବେ ବଗିଚାରେ ୧୦୦ଟି ୧୨୫ ବର୍ଷର ଓ ୫୦୦ଟି ୮୦ ବର୍ଷର ଆମ୍ବଗଛ ଅଛି। ଏହାସବୁ ଆଲଫୋନ୍‌ସୋ ଓ କେଶର କିସମ ଆମ୍ବଗଛ ା
ଶାହାଙ୍କ ବୟସ ଏବେ ୬୧। ସେ ୧୫ ବର୍ଷ ବୟସରେ ଆମ୍ବ ଚାଷ ପ୍ରତି ଆଗ୍ରହୀ ହୋଇଥିଲେ ା
ତାଙ୍କ ପୁରୁଣା ବଗିଚାରେ ଥିବା ଗଛ ବ୍ୟତୀତ ନିଜେ ୧୨୦୦ ଆଲଫୋନ୍‌ସ କିସମର ଆମ୍ବଗଛ କଲମୀ କରି ଲଗାଇବା ସହ ମଞ୍ଜିରୁ ଗଛ କରି ୧୭୦୦ ଗଛ ରୋପଣ କରିଛନ୍ତି ା
ଆମ୍ବ ଚାଷରୁ ପ୍ରଚୁର ଉତ୍ପାଦନ କରୁଥିବାରୁ ଗୁଜରାଟ ସରକାର ତାଙ୍କୁ ‘କୃଷି ନା ଚାଷୀ’ ଉପାଧି ଦେଇଛନ୍ତି। ଏହାବାଦ୍‌ କେନ୍ଦ୍ର କୃଷି ମନ୍ତ୍ରାଳୟ ତରଫରୁ ତାଙ୍କୁ ପୁରସ୍କୃତ କରାଯାଉଛି ା