ଏଇ ଭାରତରେ

ନିଷ୍ଠା ଓ ଇଚ୍ଛାଶକ୍ତି ବଳରେ ଲକ୍ଷ୍ୟ ପ୍ରାପ୍ତି ହୋଇଥାଏ, ଯାହା ପ୍ରମାଣ କରିଛନ୍ତି ବବିତା ଭଟ୍ଟ। ସଫ୍ଟଓ୍ବେର ପ୍ରଫେଶନାଲ ବବିତା ଚାକିରି ଛାଡି ହିମାଳୟ ଅଞ୍ଚଳର ଚାଷୀମାନଙ୍କୁ ରୋଜଗାର ବଢ଼ାଇବାର ବାଟ ଦେଖାଉଛନ୍ତି। ସମ୍ପୂର୍ଣ୍ଣ ଜୈବିକ ପଦ୍ଧତି ଚାଷକୁ ପ୍ରୋତ୍ସାହିତ କରିବା ସହ ସେମାନଙ୍କ ଉପତ୍ାଦକୁ ବିକ୍ରି କରିବା ପାଇଁ ସହଯୋଗ କରୁଛନ୍ତି। ଏବେ ସୁଦ୍ଧା ସେ ହିମାଳୟ ପାର୍ବତ୍ୟାଞ୍ଚଳରେ ୨,୦୦୦ କୃଷକଙ୍କୁ ଲାଭ ପହଞ୍ଚାଇ ସାରିଲେଣି। ଉତ୍ତରାଖଣ୍ଡର ଗଡ଼ଓ୍ବାଲ ପାହାଡ଼ିଆ ଅଞ୍ଚଳରେ ବଢିଥିବା ବବିତା ୨୦୧୬ରେ ଚାକିରି ଛାଡି ‘ହିମାଳୟ ଟୁ ହୋମ୍‌’ ଅନ୍‌ଲାଇନ ପ୍ଲାଟ୍‌ଫର୍ମ ମାଧ୍ୟମରେ ଏହି ଅଭିଯାନ ଜାରି ରଖିଛନ୍ତି। ପାହାଡ଼ିଆ ଅଞ୍ଚଳରେ ୨୦୦୦ କୃଷକଙ୍କ ଦ୍ୱାରା ଉପତ୍ାଦିତ ୧୪୦ ପ୍ରକାର ଜୈବିକ ଉପତ୍ାଦ ସେମାନଙ୍କ ଆୟ ବୃଦ୍ଧି କରିଛି। କୃଷକମାନଙ୍କ ପ୍ରତ୍ୟକ୍ଷ ସହଭାଗିତାରେ ଉପତ୍ାଦଗୁଡ଼ିକର ପ୍ରୋସେସିଂ ଓ ପ୍ୟାକେଜିଂ କରି ତାହାକୁ ବିକ୍ରି କରିବାର ବ୍ୟବସ୍ଥା ମଧ୍ୟ ସେ କରିଛନ୍ତି। ଏହା ପାଇଁ ଦେଶର ବିଭିନ୍ନ ଭାଗରୁ ମାସକୁ ତାଙ୍କୁ ଅତି କମ୍‌ରେ ୩,୦୦୦ ଅର୍ଡର ମିିଳୁଛି। ଏହି ଅଭିଯାନରେ ଆହୁରି ଅଧିକ କୃଷକଙ୍କୁ ସାମିଲ କରିବା ପାଇଁ ଉତ୍ତରାଖଣ୍ଡ ଅର୍ଗାନିକ ବୋର୍ଡ ସହ ତାଙ୍କ କମ୍ପାନୀକୁ ପଞ୍ଜୀକୃତ କରିଛନ୍ତି। ଏହାବାଦ ପାରମ୍ପରିକ ବିହନର ସୁରକ୍ଷା ପାଇଁ ବିହନ ବଞ୍ଚାଅ ଆନ୍ଦୋଳନର ନେତୃତ୍ୱ ନେଉଛନ୍ତି ୪୩ ବର୍ଷୀୟ ବବିତା।