ଏଇ ଭାରତରେ

ଅନଗ୍ରସର ଅଞ୍ଚଳରେ ରହୁଥିବା ଲୋକମାନେ କିଭଳି ସୁବିଧାରେ ଖାଦ୍ୟ ପାଇ ପାରିବେ ସେହି ବ୍ୟବସ୍ଥା କରିଛନ୍ତି କୋଏମ୍ବାଟୁରର ଏକ ଦମ୍ପତି। ପ୍ରଭୁ ଓ ତାଙ୍କ ସ୍ତ୍ରୀ ବ୍ରିନ୍ଦା କର୍ନାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କେରଳ ଏବଂ ତେଲଙ୍ଗାନାର ବିଭିନ୍ନ ଅଞ୍ଚଳରେ ରହୁଥିବା ଅଭାବୀ ପରିବାରଙ୍କ ନକଟରେ ସୋଡା ଓ ସ୍ନାକ୍ସ ପହଞ୍ଚାଉଛନ୍ତି। ବିଭିନ୍ନ ସ୍ବାଦରେ ଓ ପୂରା କମ୍‌ ଦାମରେ ଏଗୁଡ଼ିକୁ ସେମାନେ ଯୋଗାଇ ଦେଉଛନ୍ତି। ଏହାର ମୂଲ୍ୟ ରଖିଛନ୍ତି ମାତ୍ର ୫ ଟଙ୍କା। ଲୋକମାନେ ବି ଏହା ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି। ଗରିବ ଲୋକମାନଙ୍କ କ୍ରୟ କ୍ଷମତା ବୃଦ୍ଧି କରିବାରେ ଏହା ସହାୟକ ହୋଇପାରୁଛି ବୋଲି କହନ୍ତି ପ୍ରଭୁ। ସେମାନେ ଟିଏବିପି ସ୍ନାକ୍ସ ଆଣ୍ଡ୍‌ ବିଭରେଜ୍‌ କମ୍ପାନୀ ପ୍ରତିଷ୍ଠା କରି ସ୍ନାକ୍ସ ଓ ମୃଦୁପାନୀୟ ପ୍ରସ୍ତୁତ କରୁଛନ୍ତି। ଏହାଦ୍ୱାରା ହଜାର ହଜାର ଲୋକଙ୍କୁ ନିଯୁକ୍ତି ଦେବାରେ ସକ୍ଷମ ହୋଇଛନ୍ତି। ଗ୍ରମାଞ୍ଚଳର ଅଭାବୀ ପରିବାର ନିକଟରେ ସହଜରେ କିଭଳି ଏହି ଖାଦ୍ୟ ପହଞ୍ଚିପାରିବ ତା’ର ବ୍ୟବସ୍ଥା ମଧ୍ୟ କରିଛନ୍ତି। ଏହି କାର୍ଯ୍ୟ ସେମାନେ ୫ ବର୍ଷ ହେବ କରୁଛନ୍ତି। କିନ୍ତୁ ଗତ ଦୁଇବର୍ଷ ହେବ ଏହାକୁ ବ୍ୟାପକ କରିଛନ୍ତି। ଗତବଷର୍ର୍ ସେମାନେ ଏଥିରୁ ୩୫ କୋଟି ଟଙ୍କା ରୋଜଗାର କରିଥିଲେ। ଏହି ରୋଜଗାରରୁ ସେମାନେ ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ବ୍ୟୟ କରୁଛନ୍ତି, ଯେଉଁଥିରେ ଅସହାୟମାନେ ବେଶ୍‌ ଉପକୃତ ହୋଇପାରୁଛନ୍ତି।