ଏଇ ଭାରତରେ

ସଏଲ୍‌ଲେସ ଫାର୍ମ ବା ବିନାମାଟିର ଫାର୍ମ କଥା କେବେ ଶୁଣିଛନ୍ତି। ଏମିତି ଏକ ଫାର୍ମ ଗଢ଼ିଛନ୍ତି ଆଇଆଇଟି, ମୁମ୍ବାଇର ଦୁଇ ପୂର୍ବତନ ଛାତ୍ର। ସେମାନେ ୦.୫ ଏକର ଫାର୍ମରେ ମାସକୁ ୭,୦୦୦ କେ.ଜି. ପରିବା ଉପତ୍ାଦନ କରୁଛନ୍ତି ଓ ଏଥିତ୍ରୁ ରୋଜଗାର କରୁଛନ୍ତି ମାସକୁ ୩.୫ ଲକ୍ଷ ଟଙ୍କା। ଅମିତ କୁମାର ଏବଂ ଅଭୟ ସିଂ କୋଟାରେ ‘ଏକି ଫୁଡ୍ସ’ ଷ୍ଟାର୍ଟଅପ୍‌ ପ୍ରତିଷ୍ଠା କରି ତା’ମାଧ୍ୟମରେ ଚାଷ କରୁଛନ୍ତି। ସେମାନେ ବିନା ମାଟିରେ ହାଇଡ୍ରେଫୋନିକ୍ସ ପଦ୍ଧତିରେ ଶତ ପ୍ରତିଶତ ଜୈବିକ ପରିବା ଫଳାଉଛନ୍ତି। ଏହା ମଧ୍ୟରେ ରହିଛି ବିଲାତି ବାଇଗଣ, କାକୁଡ଼ି, ଲାଉ, କଲରା, ଲଙ୍କା ଓ ବାଇଗଣ। ଚାଷରେ କମ୍‌ ଖର୍ଚ୍ଚ ହେଉଥିବାରୁ ଉପତ୍ାଦିତ ପରିବାକୁ ବଜାର ମୂଲ୍ୟରୁ କମ୍‌ ଦରରେ ବିକ୍ରି କରୁଛନ୍ତି। ୨୦୧୯ରେ ଛାତ ଉପରେ ମାତ୍ର ୫୦୦ ବର୍ଗଫୁଟ ଜାଗାରେ ଅମିତ ଏବଂ ଅଭୟ ଫାର୍ମ ଆରମ୍ଭ କରି ଏବେ ଏହାକୁ ବଢାଇବାକୁ ସକ୍ଷମ ହୋଇଛନ୍ତି। ଏବେ ସେମାନଙ୍କ ସହ ଚେନ୍ନାଇ ଓ ଲଦାଖର ୫ଟି କମର୍ସିଆଲ ଫାର୍ମ ଯୋଡ଼ି ହୋଇଛନ୍ତି। ସେମାନେ ଚଳିତ ଆର୍ଥିକ ବର୍ଷରେ ୧୨ଟି ଏଭଳି ଫାର୍ମ ଗଢ଼ିବା ଲାଗି ଯୋଜନା କରିଛନ୍ତି।