ଏଇ ଭାରତରେ

ସ୍ବେରେଜ ପାଇପ୍‌ରେ ଏକ ନିଆରା ଘର ତିଆରି କରୁଛନ୍ତି ତେଲଙ୍ଗାନାର ପିରଲା ମନସା ରେଡ୍ଡୀ। ସେ ପଞ୍ଜାବର ଲଭଲୀ ପ୍ରଫେଶନାଲ ୟୁନିଭର୍ସିଟିରୁ ସିଭିଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି। ସମ୍‌ନଭି କନଷ୍ଟ୍ରକ୍‌ସନ ଷ୍ଟାର୍ଟଅପ୍‌ ମାଧ୍ୟମରେ ନିର୍ମାଣ କରୁଥିବା ଏହି ଘରର ନାମ ରଖିତ୍ଛନ୍ତି ଓପଡ୍‌। ତେଲଙ୍ଗାନାର ବୋମ୍ମାକାଲ ଗାଁରେ ବଢ଼ିଥିବା ୨୩ ବର୍ଷୀୟ ପିରଲା ଉକ୍ତ ଘରକୁ ଷ୍ଟିଲ୍‌ ସ୍ବେରେଜ ପାଇପ୍‌, କଂକ୍ରିଟ ଏବଂ ସିମେଣ୍ଟରେ ନିର୍ମାଣ କରୁଛନ୍ତି। ସ୍ବେରେଜ ପାଇପ୍‌ ସିଦ୍ଦିବେଟ୍‌ର ଏକ କମ୍ପାନୀଠାରୁ ଯୋଗାଡ଼ କରୁଛନ୍ତି। ଓପଡ୍‌ ଘର ଦେଖିତ୍ବାକୁ ଗୋଲାକାର ଏବଂ ଏଥିତ୍ତ୍ରେ ତିନିଜଣ ରହିବାର ବ୍ୟବସ୍ଥା କରାଯାଇଛି। ଓପଡ୍‌ ଘର ନିର୍ମାଣ କରିବାକୁ ତାଙ୍କୁ ୧୫-୨୦ ଦିନ ଲାଗୁଛି। ଏଥିରେ କବାଟ ଓ ଝରକା ବି ରହୁଛି। ଘରର ଉଚ୍ଚତା ୭ ଫୁଟ୍‌ ଓ ଲମ୍ବା ୧୬ ଫୁଟ୍‌। ମାର୍ଚ୍ଚ,୨୦୨୧ରେ ପ୍ରଥମେ ଏହି ଘର ନିର୍ମାଣ ଆରମ୍ଭ କରି ୨୮ ତାରିଖ ସୁଦ୍ଧା ଶେଷ କରିଦେଇଥିତ୍ଲେ। ଏଥିରେ ବହୁତ କମ୍‌ ଖର୍ଚ୍ଚ ମଧ୍ୟ ହେଉଛି। ଏବେ ସୁଦ୍ଧା ସେ ୨୦୦ଟି ଘର ଲାଗି ଅର୍ଡର ପାଇସାରିଲେଣି। ଓ୍ବାନ୍‌ ବିଏଚ୍‌କେ, ଟୁ ବିଏଚ୍‌କେ କିମ୍ବା ଥ୍ରି ବିଏଚ୍‌କେ ଓପଡ୍‌ ଘର ନିର୍ମାଣ କରିବାକୁ ପିରଲା ଏବେ ଯୋଜନା କରିଛନ୍ତି।