ଏଇ ଭାରତରେ

କୋଭିଡ୍‌ ମହାମାରୀରେ ରୋଜଗାର ହରାଇଥିବା ଶ୍ରମିକ ତଥା ଅସହାୟମାନଙ୍କର ସାହାରା ପାଲଟିଛନ୍ତି ଅଙ୍କଶା ସାଡେକର। ପୁଣେରେ ରହନ୍ତି ସେ। ପୁରୁଷୋତ୍ତମ ମାଳତୀ ଫାଉଣ୍ଡେଶନ ପ୍ରତିଷ୍ଠା କରି ତା’ ମାଧ୍ୟମରେ ବିଭିନ୍ନ ସ୍ଥାନରେ ଦେହଜୀବୀ, ରାସ୍ତା କଡ଼ରେ ରହୁଥିତ୍ବା ଲୋକ ଏବଂ ଅନ୍ୟ ଅଭାବୀମାନଙ୍କୁ ପ୍ରତିଦିନ ମାଗଣାରେ ୭,୦୦୦ ମିଲ୍‌ ଦେଉଛନ୍ତି। ନଭେମ୍ବର ୨୦୨୦ରେ ଜଣେ ଅସହାୟ ବ୍ୟକ୍ତି ଉପବାସ ରହିଥିତ୍ବା ସୋସିଆଲ ମିଡ଼ିଆରୁ ଜାଣି ତାଙ୍କୁ ମାଗଣାରେ ମିଲ୍‌ ଦେବା ଆରମ୍ଭ କରିଥିଲେ ଓ ପରେ ଏଥିତ୍ରେ ଅଧିକ ଅସହାୟଙ୍କୁ ସାମିଲ କଲେ। ମାଗଣାରେ ଦେଉଥିବା ମିଲ୍‌ ସଂଖ୍ୟା ଏବେ ବୃଦ୍ଧି ପାଇ ୭,୦୦୦ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୨,୫୦୦ଜଣଙ୍କୁ ଦିନକୁ ତିନୋଟି ମିଲ୍‌ ସେ ଦେଉଛନ୍ତି। ପୁଣେରେ ତାଙ୍କ ସଂସ୍ଥା ୪୦ ଟଙ୍କା ମୂଲ୍ୟରେ ୮,୦୦୦ ମିଲ୍‌ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଉଛି ଏବଂ ଏଥିରୁ ଯାହା ଆୟ ହେଉଛି ସେଥିରୁ ମାଗଣାରେ ଖାଦ୍ୟ ଯୋଗାଇବା ଖର୍ଚ୍ଚ ଭରଣା କରାଯାଉଛି। ଏଥିପାଇଁ ଯାହା ଅଭାବ ପଡୁଛି ତାହା ଲୋକଙ୍କଠାରୁ ପ୍ରାପ୍ତ ଅନୁଦାନରେ ଭରଣା କରାଯାଉଛି। ଏବେ ତାଙ୍କ ପାଖକୁ ପ୍ରତିଦିନ ଅର୍ଡର ଆସିବାରେ ଲାଗିଛି ଓ ମିଲ୍‌ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଅଙ୍କଶା ମଧ୍ୟ ୧,୦୦୦ ରାଶନ କିଟ୍‌ ବାଣ୍ଟିଛନ୍ତି। ସକାଳ ୯ଟାରୁ ଅର୍ଡର ପାଇଁ କଲ୍‌ ଓ ମେସେଜ୍‌ ସେ ରିସିଭ୍‌ କରିଥାନ୍ତି। ସନ୍ଧ୍ୟା ୫ଟାରୁ ରାତି ୧୦ଟା ମଧ୍ୟରେ ଖାଦ୍ୟ ଲୋକଙ୍କ ନିକଟରେ ପହଞ୍ଚାଯାଉଛି।