ଏଇ ଭାରତରେ

ସୀମା ରଥେଶ ଜଣେ ଶିକ୍ଷୟିତ୍ରୀ । ନିଜର ଦାୟିତ୍ୱ ନିର୍ବାହ କରିବା ସହ ସେ ୫ ଟନ୍‌ ତରଭୁଜ ଉପତ୍ାଦନ କରିବା କିଛି କମ୍‌ କଥା ନୁହେଁ। କେରଳର କସାରଗଡ଼ ଜିଲାର କୁମ୍ବଲାସ୍ଥିତ ସରକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ସେ ଗଣିତ ପଢ଼ାନ୍ତି। ଲକ୍‌ଡାଉନ ସମୟରେ ପିଲାମାନଙ୍କୁ ଅନ୍‌ଲାଇନରେ ପଢ଼ାଇବା ପରେ ସୀମା ତରଭୁଜ ଚାଷରେ ଲାଗି ପଡନ୍ତି। ମା’ ଓ ଭାଇଙ୍କ ସହଯୋଗରେ ନଭେମ୍ବର ୨୦୨୦ରେ ସେ ଅଢ଼େଇ ଏକର ଜମିରେ ସୁଗାର କୁଇନ୍‌ କିସମର ତରଭୁଜ ଚାଷ ଆରମ୍ଭ କରିଥିଲେ। ଏହି ଜମି ଜଙ୍ଗଲ ହୋଇ ପଡ଼ିଥିଲା। ଏହାକୁ ଚାଷଯୋଗ୍ୟ କରିବା ଏବଂ ଚାଷ ଆରମ୍ଭରୁ ଅମଳ ଯାଏ ସେ ୫ ଲକ୍ଷ ଟଙ୍କରୁ ଅଧିତ୍କ ଖର୍ଚ୍ଚ କରିଛନ୍ତି। ୨୦୨୧ ଏପ୍ରିଲ ସୁଦ୍ଧା ୫ ଟନ୍‌ ତରଭୁଜ ଉପତ୍ାଦନ କରି ଖର୍ଚ୍ଚ କରିିଥିତ୍ବା ଟଙ୍କା ପାଇବା ପରେ ୨ ଲକ୍ଷ ଟଙ୍କା ଲାଭ କରିଛନ୍ତି। ସମ୍ପୂର୍ଣ୍ଣ ଜୈବିକ ତଥା ସିଞ୍ଚନ ଜଳସେଚନ ପଦ୍ଧତିରେ ଏହି ଚାଷ କରିଛନ୍ତି। ପ୍ରଥମ ପାଳିରେ ସେ ୩ ଟନ୍‌ ତରଭୁଜ ଉପତ୍ାଦନ କରିବା ପରେ ତାହାର ବିକ୍ରି ରାଜ୍ୟର ପୂର୍ବତନ ଅର୍ଥମନ୍ତ୍ରୀ ଇ. ଚନ୍ଦ୍ରଶେଖରନଙ୍କ ଦ୍ୱାରା ଶୁଭାରମ୍ଭ କରିଥିଲେ ବୋଲି କୁହନ୍ତି ୪୩ ବର୍ଷୀୟା ସୀମା। ପ୍ରଥମେ କେଜି ୨୫ ଟଙ୍କା ଓ ପରେ ଏହାଠାରୁ କମ୍‌ ଦରରେ ସେ କସାରଗଡ, କନ୍ନୁର ଏବଂ ଥାଲାସେରୀ ଜିଲାରେ ବିକ୍ରି କରିଛନ୍ତି।