ଏଇ ଭାରତରେ

ରାଜନୀତିରେ ମହିଳାମାନଙ୍କର ଭାଗୀଦାରି ବଢ଼ାଇବା ଏବଂ ହିଂସା ବିରୋଧରେ ଲଢ଼େଇ କରିବାକୁ ୧୬୦୦ ଗ୍ରାମୀଣ ମହିଳାଙ୍କୁ ସଶକ୍ତ କରିପାରିଛନ୍ତି ପଶ୍ଚିମବଙ୍ଗର ୪୫ ବର୍ଷୀୟା ଅନିନ୍ଦିତା ମଜୁମଦାର। ୨୦୧୬ରେ ଅନିନ୍ଦିତା ଇକ୍ୱିଡାଇଭର୍‌ସିଟି ଫାଉଣ୍ଡେଶନ ଗଠନ କରି ତା’ ମାଧ୍ୟମରେ ପୁରୁଲିଆ, ବୀରଭୂମ ଏବଂ ସୁନ୍ଦରବନ ଅଞ୍ଚଳରେ ଏହି ଅଭିଯାନ ଚଳାଇଛନ୍ତି। ତାଙ୍କ ଉଦ୍ୟମରେ ବୀରଭୂମରେ ୯ ଜଣ ଓ ୨୪ ପ୍ରଗଣାରେ ୩ ଜଣ ମହିଳା ନିର୍ବାଚିତ ପ୍ରତିନିଧି ଭାବେ କାର୍ଯ୍ୟ କରୁଛନ୍ତି। ଅନିନ୍ଦିତାଙ୍କ ଜନ୍ମ କୋଲକାତାରେ। ସେ ମହିଳା ସଶକ୍ତୀକରଣ କ୍ଷେତ୍ରରେ ୨୦ ବର୍ଷ ହେବ କାର୍ଯ୍ୟ କରୁଛନ୍ତି। ଘରୋଇ ଓ ସାମାଜିକ ହିଂସାକୁ କିିଭଳି ରୋକାଯାଇପାରିବ ସେ ସମ୍ପର୍କରେ ମହିଳାମାନଙ୍କୁ ବି ପ୍ରଶିକ୍ଷଣ ଦେଉଛନ୍ତି। ଲିଙ୍ଗଗତ ପ୍ରଭେଦ ହ୍ରାସ କରିବା ଦିଗରେ ବି ଲୋକମାନଙ୍କୁ ସଚେତନ କରୁଛନ୍ତି ଅନିନ୍ଦିତା। ବାଲ୍ୟ ବିବାହ ବିରୋଧରେ ସ୍ବର ଉତ୍ତୋଳନ କରିବା ସହ ପଶ୍ଚିମବଙ୍ଗରେ ଏହାକୁ ହ୍ରାସ କରିବାକୁ ପ୍ରୟାସ କରୁଛନ୍ତିି। ମହିଳାମାନଙ୍କ ଦ୍ୱାରା ସେ ନ୍ୟୁଟ୍ରିଶନ ଗାର୍ଡେନ ପ୍ରତିଷ୍ଠା କରି ପିଲାମାନଙ୍କ ପାଇଁ ଜୈବିକ ପରିବା ଉପତ୍ାଦନ କରୁଛନ୍ତି। ଏହା ବ୍ୟତୀତ ୩୦ ଜଣ ଭିନ୍ନକ୍ଷମ ପିଲାଙ୍କୁ ନୂଆ ଜୀବନ ଦେବାଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି।