ସକାରାମତ୍କ ପରିବର୍ତ୍ତନ ଆଣିବାରେ ଗୋଷ୍ଠୀଗତ ପ୍ରୟାସର ଗୁରୁତ୍ୱ ପ୍ରମାଣିତ ହୋଇଛି ତାମିଲନାଡୁରେ। ଶ୍ରୀନିବାସନ ସର୍ଭିସ ଟ୍ରଷ୍ଟ(ଏସ୍ଏସ୍ଟି) ଦ୍ୱାରା ତାମିଲନାଡୁର ୨୫୦୦ ଦୁର୍ଗମ ତଥା ମରୁଡ଼ିପ୍ରବଣ ଗାଁରେ ଲୋକମାନଙ୍କ ମିଳିତ ଉଦ୍ୟମରେ କୃଷିର ଉନ୍ନତି ଓ ଜୈବବିବିଧତାର ସୁରକ୍ଷା ନିଶ୍ଚିତ ହୋଇପାରିଛି। ଏଭଳି ଅଭିଯାନର ନେତୃତ୍ୱ ନେଇଛନ୍ତି ଏସ୍ଏସ୍ଟିର ଚେୟାରମ୍ୟାନ ସ୍ବରନ ସିଂ। ସେ ୨୦୧୮ରୁ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ଏହି ସଂସ୍ଥା ଦ୍ୱାରା ୨୫୦୦ ଗାଁରେ କ୍ଷୁଦ୍ରଚାଷୀମାନେ ସେମାନଙ୍କ ଆୟ ଦୁଇଗୁଣ ବଢ଼ାଇବାକୁ ସକ୍ଷମ ହୋଇଛନ୍ତି। କୃଷକମାନଙ୍କୁ ପର୍ଯ୍ୟାପ୍ତ ପାଣି ଯୋଗାଇ ଦେବାର ବ୍ୟବସ୍ଥା କରାଯାଉଛିି । ଗତ ୪ ବର୍ଷ ମଧ୍ୟରେ ଗାଁଗୁଡ଼ିକରେ କ୍ଷୁଦ୍ର ଜଳସେଚନ ଟାଙ୍କି ନିର୍ମାଣ କରାଯାଇଛି। କେବଳ ଏତିକି ନୁହେଁ, ସ୍ବରନଙ୍କ ଉଦ୍ୟମରେ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଗ୍ରାମବାସୀଙ୍କ ସହଯୋଗରେ ବୃହତ୍ ଜଳାଶୟ ଖୋଳାଯାଇ ବିଭିନ୍ନ ପ୍ରଜାତି ଜୀବଙ୍କ ସୁରକ୍ଷା କରାଯାଉଛି।

ଚାଇନାର ପ୍ରତିରୋଧ
ଡୋନାଲ୍ଡ ଟ୍ରମ୍ପ୍ଙ୍କ ଅନୁଯାୟୀ ସାରା ବିଶ୍ୱର ବାଣିଜ୍ୟ ମନ୍ତ୍ରଣାଳୟଗୁଡ଼ିକ ଆମେରିକାକୁ ସେମାନଙ୍କ ମାମଲା ସମ୍ପର୍କରେ ବିଚାର ପାଇଁ ନିବେଦନ କରିବାକୁ ଲାଇନ ଲଗାଉଛନ୍ତି। ଆମେ ସେମାନଙ୍କ...

ଏଇ ଭାରତରେ
କେରଳର ଆର୍. ବିଶ୍ୱନ ମହୁ ଚାଷକରି ବର୍ଷକୁ ୨୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ତାଙ୍କ ଫାର୍ମରେ ଏବେ ୬,୦୦୦ ମହୁ ବାକ୍ସ ଅଛି ଓ...

ଓଡ଼ିଶାର ବିକାଶ ଓ ଶ୍ରୀଜଗନ୍ନାଥ
ଗୋଟିଏ ରାଜ୍ୟର ବିକାଶ ବିବିଧ ଉତ୍ସ ଦ୍ୱାରା ହୋଇଥାଏ। ତନ୍ମଧ୍ୟରେ ପର୍ଯ୍ୟଟନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଓଡ଼ିଶା କଳା, ସଂସ୍କୃତି, ପ୍ରାକୃତିକ ପରିବେଶ ତଥା ଧାର୍ମିକ...

ମୁକ୍ତ ଅଭିବ୍ୟକ୍ତି ପାଇଁ ନ୍ୟାୟପାଳିକା
ଛୋଟମୋଟ ଘଟଣାରେ ନାଗରିକର ବାକ୍ ସ୍ବାଧୀନତା ଦଳି ଦିଆଯାଇପାରିବ ନାହିଁ ବୋଲି ନିକଟରେ ଗୁଜରାଟ କଂଗ୍ରେସ ସାଂସଦ ଇମ୍ରାନ ପ୍ରତାପଗ୍ରହୀଙ୍କ ବିରୋଧରେ ପୋଲିସ ଦାୟର କରିଥିବା...

ଟାରିଫ୍ ଝଡ଼
ଟାରିଫ୍ ଝଡ଼କୁ ନିୟନ୍ତ୍ରଣକରିବା ପାଇଁ ବାବୁମାନେ ନିଆରା ତରିକା ଆପଣାଇଛନ୍ତି ଏବଂ ନିକଟରେ ବିଜ୍ଞାନ ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଏହାର ଏକ ସ୍ପଷ୍ଟ ଦୃଷ୍ଟାନ୍ତ। ଟ୍ରମ୍ପ୍...

ଏଇ ଭାରତରେ
ମହାରାଷ୍ଟ୍ରର ଏଭଳି ଅନେକ ଆଦିବାସୀବହୁଳ ଗାଁଗୁଡ଼ିକରେ ସୌରଶକ୍ତି ଯୋଗାଇଦେବାର ବ୍ୟବସ୍ଥା କରିଛନ୍ତି କେମିକାଲ ଇଞ୍ଜିନିୟର ତନବୀର ଇନାମଦାର। କେବଳ ଏତିକି ନୁହେଁ, ସେ ପାହାଡ଼ ଉପରେ...

ବଞ୍ଚିବାକୁ ଦିଅ
ହାଇଦ୍ରାବାଦର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ନିକଟରେ ଏକ ଆଇଟି ପାର୍କ ନିର୍ମାଣ ପାଇଁ ୪ ଶହ ଏକର ଜଙ୍ଗଲକୁ ବୁଲ୍ଡୋଜର ଲଗେଇ ରାତାରାତି ସଫା କରିବାର ଅମାନବୀୟ...

ଆୟୁଷ୍ମାନ୍ ସ୍ବପ୍ନ ଏବେ ସାକାର
କଥା ଦେଇଥିଲୁ। କଥା ରଖିଲୁ। ସାରା ରାଜ୍ୟବାସୀ ଆଜି ଖୁସି। ବିଶେଷ ଭାବରେ କାମଧନ୍ଦା ଅନ୍ବେଷଣରେ ପେଟପାଟଣା ପାଇଁ ବିଭିନ୍ନ ରାଜ୍ୟରେ ପ୍ରବାସୀ ଶ୍ରମିକ ଭାବେ...