Advertisement

ଏଇ ଭାରତରେ

ସକାରାମତ୍କ ପରିବର୍ତ୍ତନ ଆଣିବାରେ ଗୋଷ୍ଠୀଗତ ପ୍ରୟାସର ଗୁରୁତ୍ୱ ପ୍ରମାଣିତ ହୋଇଛି ତାମିଲନାଡୁରେ। ଶ୍ରୀନିବାସନ ସର୍ଭିସ ଟ୍ରଷ୍ଟ(ଏସ୍‌ଏସ୍‌ଟି) ଦ୍ୱାରା ତାମିଲନାଡୁର ୨୫୦୦ ଦୁର୍ଗମ ତଥା ମରୁଡ଼ିପ୍ରବଣ ଗାଁରେ ଲୋକମାନଙ୍କ ମିଳିତ ଉଦ୍ୟମରେ କୃଷିର ଉନ୍ନତି ଓ ଜୈବବିବିଧତାର ସୁରକ୍ଷା ନିଶ୍ଚିତ ହୋଇପାରିଛି। ଏଭଳି ଅଭିଯାନର ନେତୃତ୍ୱ ନେଇଛନ୍ତି ଏସ୍‌ଏସ୍‌ଟିର ଚେୟାରମ୍ୟାନ ସ୍ବରନ ସିଂ। ସେ ୨୦୧୮ରୁ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ଏହି ସଂସ୍ଥା ଦ୍ୱାରା ୨୫୦୦ ଗାଁରେ କ୍ଷୁଦ୍ରଚାଷୀମାନେ ସେମାନଙ୍କ ଆୟ ଦୁଇଗୁଣ ବଢ଼ାଇବାକୁ ସକ୍ଷମ ହୋଇଛନ୍ତି। କୃଷକମାନଙ୍କୁ ପର୍ଯ୍ୟାପ୍ତ ପାଣି ଯୋଗାଇ ଦେବାର ବ୍ୟବସ୍ଥା କରାଯାଉଛିି । ଗତ ୪ ବର୍ଷ ମଧ୍ୟରେ ଗାଁଗୁଡ଼ିକରେ କ୍ଷୁଦ୍ର ଜଳସେଚନ ଟାଙ୍କି ନିର୍ମାଣ କରାଯାଇଛି। କେବଳ ଏତିକି ନୁହେଁ, ସ୍ବରନଙ୍କ ଉଦ୍ୟମରେ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଗ୍ରାମବାସୀଙ୍କ ସହଯୋଗରେ ବୃହତ୍‌ ଜଳାଶୟ ଖୋଳାଯାଇ ବିଭିନ୍ନ ପ୍ରଜାତି ଜୀବଙ୍କ ସୁରକ୍ଷା କରାଯାଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel