ଏଇ ଭାରତରେ

ବିନା ମାଟିରେ ଦିନକୁ ୫୦ କେ.ଜି. ଚାରା ଉପତ୍ାଦନ ହେଉଥିବା ପଦ୍ଧତି ବିକାଶ କରିଛନ୍ତି ଦୁଇ ଇଞ୍ଜିନିୟର ବନ୍ଧୁ। କୋଲକାତାର ଇଲେକ୍ଟ୍ରିକାଲ ଇଞ୍ଜିନିୟର ସୌର୍ଯ୍ୟଦୀପ ବସାକ ଓ ଇନ୍ଦୋରର ମେକାନିକାଲ ଇଞ୍ଜିନିୟର ଲବକେଶ ବାଲଚନ୍ଦାନିଙ୍କ ଦ୍ୱାରା ଏହା ସମ୍ଭବ ହୋଇଛି। ହାଇଡ୍ରୋଫୋନିକ ପଦ୍ଧତି ( କେବଳ ପାଣିରେ)ରେ ଚାରା ଉପତ୍ାଦନ ହେଉଛି । ପାରମ୍ପରିକ ପଦ୍ଧତିରେ ୫୦ କେ.ଜି. ଚାରା ପାଇଁ ଯେତିକି ପାଣି ଆବଶ୍ୟକ ତା’ଠାରୁ ୯୫% କମ୍‌ ପାଣି ଉପଯୋଗ ହେଉଛି ଏହି ଫଡର ୟୁନିଟ୍‌ରେ। ଏହା ସୌରଶକ୍ତିରେ ଚାଲୁଛି। ସୋଲାର ପ୍ୟାନେଲ ସହ କଣ୍ଟ୍ରୋଲ ସିଷ୍ଟମ୍‌ ଏବଂ ଅନ୍ୟ ଯନ୍ତ୍ରପାତିିକୁ ନେଇ ଗୋଟିଏ ଫଡର ୟୁନିଟ୍‌ ଲାଗି ପାଖାପାଖି ୧୫,୦୦୦ ଟଙ୍କା ଖର୍ଚ୍ଚ ହେଉଛି। ଏଣୁ ଗ୍ରାମାଞ୍ଚଳ କୃଷକମାନଙ୍କ ପାଇଁ ଏହା ଶସ୍ତା ହେବ ଓ ଅଧିକ କାମରେ ଆସିବ ବୋଲି କହନ୍ତି ବସାକ। ମାତ୍ର ୧୫ ଦିନ ଭିତରେ ଚାରା ପ୍ରସ୍ତୁତ ହୋଇଯାଉଛି। ଫଡର ୟୁନିଟ୍‌ରେ ୧ ବର୍ଗ ମିଟର ଜାଗାରେ ୧୨ କେ.ଜି ଚାରା ଉତାରି ହେଉଛି।ି।