ଏଇ ଭାରତରେ

ଗୋଟିଏ କିସମର ଆମ୍ବକୁ ବଞ୍ଚାଇ ରଖି ଗାଁରେ ଆମ୍ବ ଉତ୍ସବକୁ ଉଜ୍ଜୀବିତ କରିବା ଲାଗି ଦୀର୍ଘ ୧୫ ବର୍ଷ ହେବ ପ୍ରୟାସ ଜାରି ରଖିତ୍ଛନ୍ତି ମହାରାଷ୍ଟ୍ରର କୃଷକ ଶ୍ୟାମାକାନ୍ତ ଥାଙ୍ଗେ। ଅହମଦନଗରର ଟିଖୋଲ ଗାଁ ମୁଣ୍ଡରେ ଥିବା ଗୋଟିଏ ଟିଖିଲିୟା କିସମ ଆମ୍ବ ଗଛରୁ କଲମୀ କରି ଏହାର ଚାଷ ବଢାଇ ପାରିଛନ୍ତି। ଏଭଳି ପ୍ରୟାସ ପଛରେ ଏକ କାରଣ ରହିଛି। ଟିଖିଲିୟା ଆମ୍ବ ଗଛଟି ବ୍ରିଟିଶ ଅମଳର। ଟିଖୋଲ ଗ୍ରାମବାସୀ ଉକ୍ତ ଗଛରୁ ଆମ୍ବ ପାଚିଲେ ତାହାକୁ ତୋଳି ଶଗଡ଼ରେ ରଖି ଗାଁ ଶେଷ ଯାଏ ବାଜା ବଜାଇ ଶୋଭାଯାତ୍ରା କରୁଥିତ୍ଲେ। ଏହି ଆମ୍ବ ୨୦୦ରୁ ୩୦୦ ଗ୍ରାମ ହୋଇଥାଏ। ତୋଳିବା ପରେ ୨୫ ଦିନଯାଏ ତଟକା ରହେ। ଗାଁର ଆମ୍ବ ଉତ୍ସବ ବନ୍ଦ ହେବା ପରେ ଏହାକୁ ପୁଣି ଆରମ୍ଭ କରିବା ଉଦ୍ଦେଶ୍ୟରେ ଥାଙ୍ଗେ ସେହି ପୁରୁୁଣା ଗଛରୁ କଲମୀ କରି ନୂଆଗଛରେ ଫଳାଇବା ପାଇଁ ଦୀର୍ଘ ବର୍ଷ ଧରି ଚେଷ୍ଟା କରି ସଫଳ ହୋଇଛନ୍ତି। ୯୦ ଦଶକରୁ ଫଳିବା ବନ୍ଦ ହେବା ପରେ ଏହି ଆମ୍ବ ପାଇଁ କଲମୀ କରିବା ଆରମ୍ଭ କରିଥିଲେ। କଲମୀକୁ ସ୍ଥାନୀୟ ଅଞ୍ଚଳରେ ଯୋଗାଉଛନ୍ତି। ଏଥିପାଇଁ ଲୋକମାନେ ଆଗୁଆ ଅର୍ଡର ଦେଉଛନ୍ତି ଓ ଥାଙ୍ଗେ ସେମାନଙ୍କୁ କଲମୀ ଚାରା ଯୋଗାଇ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସ୍ଥ ସୁଖ ସନ୍ଧାନେ

ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ...

ଜମି ମାଲିକାନା କୃଷକ ହାତକୁ ଯାଉ

କୃଷି ବିଭାଗ ପକ୍ଷରୁ କୁହାଯାଇଛି ଯେ, କୃଷି ଉପତ୍ାଦନ ଦୁଇଗୁଣ ବୃଦ୍ଧି ହୋଇଛି ଏବଂ ଓଡ଼ିଶା ଏ ଦିଗରେ ପ୍ରଥମ। ଜଳସେଚନ ସୁବିଧା ମଧ୍ୟ ଗତ...

ଜିଆ ଖାଉଛି ମାଛକୁ

ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ...

ଦୁର୍ଘଟଣାର କାରଣ ପଥ ସମ୍ମୋହନ

ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍‌ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ...

ସରକାର ଚାହୁଁଛନ୍ତି

ଲୋକଙ୍କର ଉପକାରରେ ଆସୁ ବା ନ ଆସୁ ରାଜ୍ୟର ଲାଭ ହେଉ ବା କ୍ଷତି, ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେଉ ବା ନ ହେଉ ସରକାର...

ଜଗନ୍ନାଥ ଗ୍ରହଣୀୟ

‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri