ଜଣେ ଆଦିବାସୀ ମହିଳାଙ୍କ ଚାଷ ପଦ୍ଧତି ଏବେ ବହୁ ଚାଷୀଙ୍କୁ ବାଟ ଦେଖାଉଛି। କର୍ନାଟକର ମହୀଶୂର ଜିଲା ଅନ୍ତର୍ଗତ ଏଚ୍ଡି କୋଟେ ବ୍ଲକ୍ ନିବାସୀ ପ୍ରେମା ପ୍ରଥମେ କପା ଓ ମକା ଚାଷ କରୁଥିଲେ। ପରେ ଚିଆ ଚାଷ କରି ପୂର୍ବାପେକ୍ଷା ୩ ଗୁଣ ଲାଭ କରୁଛନ୍ତି। ଏହି ଲାଭରେ ସେ ଦୁଇଚକିଆ ଗାଡି କିଣି ଆଖପାଖ ଗାଁକୁ ଯାଇ ୩୦ ଜଣ ଚାଷୀଙ୍କୁ ଚିଆ ଚାଷ କରିବା ଲାଗି ଉତ୍ସାହିତ କରୁଛନ୍ତି। ମହିଳାମାନେ ମଧ୍ୟ ପ୍ରେମାଙ୍କ ପ୍ରେରଣା ଲାଭ କରି ଚିଆ ଚାଷ କରି ସେମାନଙ୍କ ଆୟ ବୃଦ୍ଧି କରିପାରିଛନ୍ତି। ପ୍ରେମା ନାଗରହୋଲେ ଜଙ୍ଗଲରୁ ବିସ୍ଥାପିତ ହୋଇ ସୋଲେପୁରା ସଂରକ୍ଷିତ ଜଙ୍ଗଲକୁ ଆସିବା ପରେ ଚିଆ ଓ ଦକ୍ଷିଣ ଆମେରିକାର ମିଲେଟ୍ ଚାଷ କରି ପ୍ରଥମେ ୧.୨୦ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି। ଚିଆ ଚାଷରେ ସଫଳତା ପାଇଁ ତାଙ୍କୁ ‘ଚିଆ ରାଣୀ’ ବୋଲି କୁହାଯାଉଛି। ସେ ତାଙ୍କ ଘରପାଖରୁ ୫୦ କି.ମି. ପରିସରରେ ଥିବା ଗାଁଗୁଡ଼ିକୁ ଯାଇ ୩୦ ଜଣ ଚାଷୀଙ୍କୁ ଗାଇଡ୍ କରୁଛନ୍ତି।