ଏଇ ଭାରତରେ

ପିଲାମାନଙ୍କ ସହଯୋଗରେ ୪୦ ଏକର ଶୁଷ୍କ ଜମିରେ ଜଙ୍ଗଲ ସୃଷ୍ଟି କରି ପ୍ରେରଣା ପାଲଟିଛନ୍ତି ପଶ୍ଚିମବଙ୍ଗର ନରେନ ହାନ୍ଦଶା। ସାନ୍ତାଳୀ ଜନଜାତିର ନରେନ ରହନ୍ତି ପୁରୁଲିଆ ଜିଲାର ଅଯୋଧ୍ୟା ପାହାଡ଼ ନିକଟସ୍ଥ ଜାହାଜପୁର ଗାଁରେ। ୮ମଶ୍ରେଣୀରୁ ପାଠପଢ଼ା ଛାଡି ସେ ରାସ୍ତାରେ ଲୋକଗୀତ ଗାଇ ବିଭନ୍ନ ବିଷୟରେ ସଚେତନ କରିବାରେ ଲାଗିଲେ। ଏହା ତାଙ୍କୁ ଢେର ଲୋକପ୍ରିୟତା ଦେଇଛି। କେବଳ ପଶ୍ଚିମବଙ୍ଗ ନୁହେଁ, ଝାଡ଼ଖଣ୍ଡ, ବିହାର, ଦିଲ୍ଲୀ, ପଞ୍ଚାବ ଏବଂ ମହାରାଷ୍ଟ୍ରରେ ବି ସେ ବେଶ୍‌ ଲୋକପ୍ରିୟ। ଲୋକସଙ୍ଗୀତରେ ରୁଚିଥିବା ନରେନ ଲୋକସେବା କ୍ଷେତ୍ରକୁ ଆପଣାଇ ୩୦ ଜଣ ଅନାଥ ପିଲାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରି ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବା ଲାଗି ପ୍ରଚେଷ୍ଟା ଜାରି ରଖିଛନ୍ତି। ସେ ‘ସିଡୋ କାହ୍ନୁ ମିଶନ ଫାଉଣ୍ଡେଶନ’ ଗଠନ କରି ତା’ମାଧ୍ୟମରେ ଏହି ଅଭିଯାନ ଜାରି ରଖିଛନ୍ତି। ଏହି ଫାଉଣ୍ଡେଶନ ଦ୍ୱାରା ସେ ସିଡୋ କାହ୍ନୁ ମିଶନ୍‌ ସ୍କୁଲ ପ୍ରତିଷ୍ଠା କରି ୪୦୦ ପିଲାଙ୍କୁ ମାଗଣାରେ ଶିକ୍ଷା ଦେଉଛନ୍ତି। ଏହି ପିଲାମାନଙ୍କ ସହଯୋଗରେ ଅଯୋଧ୍ୟା ପାହାଡ଼ର ୪୦ ଏକର ଜମିରେ ୧୦, ୦୦୦ ଗଛ ଲଗାଇ ଜଙ୍ଗଲ ସୃଷ୍ଟି କରିଛନ୍ତି ୪୬ ବର୍ଷୀୟ ନରେନ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ଏକ ଛୋଟ ଗାଁ ମାନ୍ୟାଚିଓ୍ବାଡ଼ି। ଏହାର ଲୋକସଂଖ୍ୟା ୪୨୦। ଏହି ଗାଁ ଏବେ ସମ୍ପୂର୍ଣ୍ଣ ସୌରଶକ୍ତିର ଗାଁ ହୋଇଯାଇଛି। ମାନ୍ୟାଚିଓ୍ବାଡ଼ିରେ ସ୍ବୟଂ ସହାୟିକା ଗୋଷ୍ଠୀ...

ମେଦବହୁଳତା ଚିକିତ୍ସାରେ ବୈଜ୍ଞାନିକ ପଦ୍ଧତି

ନ୍ୟାଶନାଲ ଫାମିଲି ହେଲ୍‌ଥ ସର୍ଭେ-୫ (୨୦୨୨) ଅନୁଯାୟୀ, ବର୍ତ୍ତମାନ ଭାରତରେ ୨୩% ନାରୀ ଓ ୨୨.୧% ପୁରୁଷ ବିଏମ୍‌ଆଇ ଅନୁଯାୟୀ ଅଧିକ ଓଜନ ବିଶିଷ୍ଟ। ପେଟର...

କଳା-ଗୋରା କାହାଣୀ

ଗତ ନବେ ଦଶକରେ ମୋର ବିବାହ ପାଇଁ କନ୍ୟା ଖୋଜା ହେଉଥିବା ବେଳେ ମୋ ବୋଉର ଗୋଟିଏ ମାତ୍ର ସର୍ତ୍ତ ଥିଲା ଯେ, ବୋହୂଟି ଗୋରୀ...

Dillip Cherian

ସ୍ବଚ୍ଛତା ନାହିଁ

ନିକଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ କାର୍ଯ୍ୟରତ ଦୁଇ ବରିଷ୍ଠ ଆଇପିଏସ୍‌ ଅଧିକାରୀ ସୋନିଆ ନାରଙ୍ଗ ଓ ଅଭିଷେକ ଗୋଏଲଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ଏମାନେ ସେଣ୍ଟ୍ରାଲ ଡେପୁଟେଶନରେ...

ସଂସାରର ବିଜ୍ଞାନ ତତ୍ତ୍ୱ

ମେ ଆମ ଚାରିପାଖରେ ଯେଉଁସବୁ ଘଟଣା ଦେଖୁଛେ ତାହା ସବୁ ବିଜ୍ଞାନର କିଛି ମୌଳିକ ନିୟମ ଅନୁସାରେ ଘଟିଥାଏ । ସୂର୍ଯ୍ୟଙ୍କ ଉଦୟ ଏବଂ ଅସ୍ତ...

କେହି କାହାରିକୁ ଶିଖାନ୍ତି ନାହିଁ

ଗୁରୁ ଟିକିଏ ନିଶ୍ଚୁପ ହୋଇ ନବାଗତଙ୍କ ଆଡ଼େ ଦୃଷ୍ଟିପାତ କରୁଥିଲେ। କିଛିକ୍ଷଣ ପରେ ନୀରବତା ଭଙ୍ଗ କରି ଗୁରୁ କହିଲେ- ବତ୍ସ! ତୁମେ ମୋ ପାଖକୁ...

ବାଣିଜ୍ୟ ବ୍ୟବସ୍ଥାର ପୁନର୍ଗଠନ ଲୋଡ଼ା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପ୍ରିଲ ପ୍ରାରମ୍ଭରେ ଅତ୍ୟଧିକ ଟାରିଫ ବୃଦ୍ଧି କରିଥିଲେ। ଏହା ବାଣିଜ୍ୟ ଯୁଦ୍ଧକୁ ତୀବ୍ର କରିଥିଲା, ଯାହାକୁ ସେ ‘ଲିବରେଶନ ଡେ’...

ମୁଁ ଓ ମୋର

ମାନବ ସମାଜରେ ବ୍ୟକ୍ତିବାଚକ ସର୍ବନାମ ‘ମୋ’ ଶବ୍ଦରେ ସବୁକିଛିର ମୂଲ୍ୟ ନିହିତ ରହିଛି। ଆମେ କହିଥାଉ ଏ ଜାଗା ମୋର। ଏ ଦେହ ମୋର। ବାସ୍ତବରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image