‘ଯଦି ମୁଁ ବଞ୍ଚିବି, ଗରିବ ଅସହାୟଙ୍କ ପାଇଁ ବଞ୍ଚିବି’-ଏଭଳି ମନୋଭାବ ନେଇ ଯଶ୍ପର ପାଓଲ ଯେଉଁ ସେବା କରୁଛନ୍ତି ତାହା ଯୁବପିଢ଼ିଙ୍କ ପାଇଁ ପ୍ରେରଣା ପାଲଟିଛି। ଯଶ୍ପର ରହନ୍ତି ହାଇଦ୍ରାବାଦରେ। ତାଙ୍କ ବୟସ ୨୪। ସେ ୭ ବର୍ଷ ମଧ୍ୟରେ ରାସ୍ତାକଡରୁ ୧,୫୦୦ ଅସହାୟ ତଥା ଗୃହହୀନଙ୍କୁ ଉଦ୍ଧାର କରି ଥଇଥାନ କରିପାରିଛନ୍ତି। ଏମାନଙ୍କ ଖାଇବା,ଚିକିତ୍ସା ଖର୍ଚ୍ଚ ମଧ୍ୟ ବହନ କରୁଛନ୍ତି। ୧୯ ବର୍ଷ ବୟସରେ ଯଶ୍ପର ପ୍ରଥମେ ଜଣେ ଗୃହହୀନଙ୍କୁ ଉଦ୍ଧାର କରିଥିତ୍ଲେ। ପରେ ‘ସକେଣ୍ଡ ଚାନ୍ସ ଫାଉଣ୍ଡେଶନ’ଗଠନ କରି ତା’ମାଧ୍ୟମରେ ଗୃହହୀନଙ୍କ ପାଇଁ କାର୍ଯ୍ୟ କରୁଛନ୍ତି। ତାଙ୍କ ସହ ୨୦ ଜଣ ସ୍ବେଚ୍ଛାସେବୀ ଏହି କାର୍ଯ୍ୟରେ ସାମିଲ ହୋଇଛନ୍ତି। ପ୍ରାରମ୍ଭରେ ଏଥିପାଇଁ ତାଙ୍କ ପାଖରେ ପାଣ୍ଠିର ଅଭାବ ଥିଲା। କିନ୍ତୁ ସେ ତାଙ୍କ କାର୍ଯ୍ୟ ଆଗେଇ ନେବା ପରେ ଲୋକେ ଆର୍ଥିକ ସାହାଯ୍ୟ କରିଥିଲେ। ଏବେ ମଧ୍ୟ ଲୋକଙ୍କ ଅନୁଦାନରେ ଏହି ସଂସ୍ଥା ଚାଲିଛି ଓ ତାଙ୍କ ଉଦ୍ଧାର କାର୍ଯ୍ୟକୁ ଯଶ୍ପର ବିଶାଖାପାଟଣା ଏବଂ ଆଦିଲାବାଦକୁ ସମ୍ପ୍ରସାରିତ କରିଛନ୍ତି। ବର୍ତ୍ତମାନ ସେ ଦିନକୁ ୩ରୁ ୪ ଜଣ ଗୃହହୀନଙ୍କ ସମ୍ପର୍କରେ ସ୍ଥାନୀୟ ଲୋକ,ପୋଲିସ ଓ ସାମାଜିକ କଲ୍ୟାଣ ବିଭାଗରୁ କଲ୍ ପାଉଛନ୍ତି।