ଏଇ ଭାରତରେ

ଲୋକଙ୍କ ମନୋରଞ୍ଜନ ପାଇଁ ସିନେମା ହଲ୍‌କୁ ଆକର୍ଷଣୀୟ କରିବାକୁ ସମସ୍ତେ ଚେଷ୍ଟା କିରିଥାନ୍ତି। ସେଥିପାଇଁ ବିଭିନ୍ନ ପ୍ରକାରର ଆଧୁନିକ ସୁବିଧାସୁଯୋଗ କରାଯାଇଥାଏ। କିନ୍ତୁ ପ୍ରଥମ ଥର ପାଇଁ ଭାରତରେ ପାହାଡ଼ ଉପରେ ଏମିତି ଏକ ସିନେମା ହଲ୍‌ ତିଆରି ହୋଇଛି, ଯାହାକି ବିଶ୍ୱର ସବୁଠୁ ଉଚ୍ଚସ୍ଥାନରେ ଥିବା ଜଣାପଡିଛି। ଲଦାଖର ଲେହରେ ସମୁଦ୍ର ପତ୍ତନଠାରୁ ୧୧,୫୬୨ ଫୁଟ୍‌ ଉଚ୍ଚରେ ଏହି ସିନେମା ହଲ୍‌ ତିଆରି କରାଯାଇଛି। ଅବଶ୍ୟ ଏହା ଛୋଟ, ଯେଉଁଥିରେ ମାତ୍ର ୭୫ ଜଣ ଦର୍ଶକଙ୍କ ପାଇଁ ବସିବାର ସୁବିଧା ରହିଛି। କିନ୍ତୁ ଏକ ସୁନ୍ଦର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ସ୍ଥାନରେ ଏହି ସିନେମା ହଲ୍‌ଟି ହୋଇଥିବାରୁ ଏହାର ଆକର୍ଷଣ ବହୁତ ଅଧିକ ରହିଛି। ନ୍ୟାଶନାଲ୍‌ ସ୍କୁଲ ଅଫ୍‌ ଡ୍ରାମା ପକ୍ଷରୁ ଏଭଳି ଏକ ସ୍ଥାନରେ ମୋବାଇଲ୍‌ ସିନେମା ହଲ୍‌ ତିଆରି ପାଇଁ ପ୍ରଥମେ ପ୍ରୟାସ ଆରମ୍ଭ ହୋଇଥିଲା। ଏବେ ଏଠାରେ ସିନେମା ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଢେର୍‌ ଆକର୍ଷଣ ଦେଖିବାକୁ ମିଳୁଛି।