କରୋନା ସମୟରେ ଅନ୍ଲାଇନ୍ କ୍ଲାସ ଚାଲୁଥିବାବେଳ ଏହି ପ୍ରକ୍ରିୟାରୁ ବହୁ ଗରିବ ଛାତ୍ର ବାଦ୍ ପଡୁଛନ୍ତି। ଏହାବ୍ୟତୀତ ବହୁ ଅଞ୍ଚଳରେ ଇଣ୍ଟର୍ନେଟ୍ ଉପଲବ୍ଧ ନ ହେବା କାରଣରୁ ବି ଅନେକ ପିଲା ଅନ୍ଲାଇନ୍ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ଏଭଳି ପିଲାମାନଙ୍କୁ ଶିକ୍ଷା ଦେବା ଲାଗି ଜଣେ ଶିକ୍ଷକଙ୍କର ଅଭିନବ ଉପାୟ ତଥା ପ୍ରତିବଦ୍ଧତା ଏକ ଦୃଷ୍ଟାନ୍ତ ସୃଷ୍ଟି କରିଛି। ଏହି ଶିକ୍ଷକ ଜଣକ ହେଉଛନ୍ତି ଉତ୍ତରାଖଣ୍ଡ ବାଗେଶ୍ୱର ଜିଲାର କଲ୍ୟାଣ ମାଙ୍କୋଟି। ତାଙ୍କ ଘର ଅସୋ ଗାଁରେ, କିନ୍ତୁ ରହନ୍ତି ଆଲ୍ମୋରା ସହରରେ। ସେଠାରୁ ନିୟମିତ ୩୫ କି.ମି. ଚାଲିଚାଲି ଯାଇ ଚାନୋଲି ଗାଁର ପିଲାଙ୍କୁ ପଢ଼ାଇଥାଆନ୍ତି। ଚାନୋଲି ଏକ ଦୁର୍ଗମ ଗାଁ। ସେଠାରେ ଇଣ୍ଟରନେଟ ଉପଲବ୍ଧ ହୁଏ ନାହିଁ। ଏଣୁ କୋଭିଡ୍ ମହାମାରୀ ଦେଖାଦେବା ପରେ ସେ ଚାନୋଲିରେ ରହି ପିଲାମାନଙ୍କୁ ପଢ଼ାଉଛନ୍ତି। ଚାନୋଲିରେ କୋଭିଡ୍ ନିୟମାନୁସାରେ ସେ ପିଲାମାନଙ୍କୁ ପଢାଉଛନ୍ତି। ଜିଲାପାଳଙ୍କ ପରାମର୍ଶ ନେଇ ଏହି କାର୍ଯ୍ୟ ଆରମ୍ଭ କରିଥିଲେ। ସ୍ବାସ୍ଥ୍ୟ ବିଭାଗ ପିଲାମାନଙ୍କୁ ଓ୍ୟଷଧ ଯୋଗାଇବା ତଥା ସାନିଟାଇଜେଶନରେ ସହଯୋଗ କରିଛୁ। କଲ୍ୟାଣ ପିଲାମାନଙ୍କୁ ସ୍କୁଲରେ ନ ପଢ଼ାଇ ଖୋଲା ପଡ଼ିଆରେ ପଢ଼ାଉଛନ୍ତି। ଏଥିତ୍ପାଇଁ ତାଙ୍କୁ ପ୍ରତିକୂଳ ଜଳବାୟୁକୁ ବି ସାମ୍ନା କରିବାକୁ ପଡ଼ୁଛି। ଗଁାର ଚାଷୀମାନେ ବି ବହୁ ସମୟରେ ପିଲାମାନଙ୍କୁ କୃଷି ଓ ଗୋପାଳନ ସମ୍ପର୍କରେ ଶିକ୍ଷା ଦେଉଛନ୍ତି।