ଗଣେଶ କିମ୍ବା ଅନ୍ୟ ଦେବଦେବୀଙ୍କ ମୂର୍ତ୍ତି ବିସର୍ଜନ ଯୋଗୁ ଜଳ ପ୍ରଦୂଷଣ ହେଉଛି। ଏହାର ପ୍ରତିକାର ପାଇଁ ନାସିକ୍ର ତୃପ୍ତି ଗାଏକ୍ୱାଡ ଏକ ଅଭିନବ ଉପାୟ ଆପଣାଇଛନ୍ତି। ୩୩ ବର୍ଷୀୟା ତୃପ୍ତି ପେସାରେ ଜଣେ ଆଡ୍ଭୋକେଟ। ସେ ପା୍ଲଷ୍ଟର୍ପ୍ୟାରିସ, ଥର୍ମୋକୁଲ୍ରେ ନିର୍ମିତ ଦେବଦେବୀଙ୍କ ବିସର୍ଜିତ ତଥା ଭଗ୍ନ ମୂର୍ତ୍ତିରୁ ଖେଳନା ତିଆରି କରି ବସ୍ତିର ଅସହାୟ ପିଲାଙ୍କୁ ଦେଉଛନ୍ତି। ୨୦୧୯ରୁ ‘ସମ୍ପୂର୍ଣ୍ଣମ୍ ସେବା ଫାଉଣ୍ଡେଶନ’ମାଧ୍ୟମରେ ସେ ଏହି ଅଭିଯାନ ଆରମ୍ଭ କରିଥିତ୍ଲେ। ପ୍ରଥମେ ଘରେ ଭାଙ୍ଗିଯାଉଥିତ୍ବା ମୂର୍ତ୍ତି କିମ୍ବା ଫଟୋଫ୍ରେମ୍କୁ ପାଣିରେ ନ ପକାଇ ତାଙ୍କ ପାଖକୁ ପଠାଇବା ଲାଗି ସୋସିଆଲ ମିଡିଆରେ ଅନୁରୋଧ କରିଥିଲେ। ଏବେ ପୁଣେ, ନାଗପୁର ଏବଂ ମୁମ୍ବାଇରୁ ଏସବୁ ଜିନିଷ ତାଙ୍କ ପାଖରେ ପହଞ୍ଚୁଛି। ସେ ଏଥିପାଇଁ ଏକ ହ୍ବାଟ୍ସ ଆପ୍ ଗ୍ରୁପ ମଧ୍ୟ ଖୋଲିିଛନ୍ତି। ଏହି କାର୍ଯ୍ୟରେ ୨୫ ଜଣ ସ୍ବେଚ୍ଛାସେବୀ ତାଙ୍କ ସହ ଯୋଗଦେଇଛନ୍ତି। ଏବେ ସୁଦ୍ଧା ସେ ୨୦,୦୦୦ ବିଭିନ୍ନ ପ୍ରକାର ମୂର୍ତ୍ତିର ପୁନଃଉପଯୋଗ କରି ଖେଳନା ଓ ଅନ୍ୟ ଜିନିଷ ତିଆରି କରିସାରିଲେଣି।