ଏଇ ଭାରତରେ

ଲଦାଖର କାର୍‌ଗିଲ ଜିଲା ଅନ୍ତର୍ଗତ କରିଥ ଗାଁର ସରକାରୀ ଉଚ୍ଚପ୍ରାଥମିକ ସ୍କୁଲର କାର୍ଯ୍ୟକାରୀ ପ୍ରଧାନଶିକ୍ଷକ ମହମ୍ମଦ ଅଲୀଙ୍କ ଶିକ୍ଷାପଦ୍ଧତି ଏବେ ଚର୍ଚ୍ଚାରେ। ଅଲୀ ୨୦୧୬ରେ ସ୍କୁଲର କାର୍ଯ୍ୟକାରୀ ପ୍ରଧାନଶିକ୍ଷକ ଭାବେ ଯୋଗ ଦେଇଥିଲେ। ତାଙ୍କ ନିଆର ଶିକ୍ଷା ପଦ୍ଧତିରେ ସ୍କୁଲରେ ପିଲାସଂଖ୍ୟା ବୃଦ୍ଧି ପାଇ ୪୧ରେ ପହଞ୍ଚିଛି। ଏବେ ଗାଁର କୌଣସି ପିଲା ସ୍କୁଲ ବାହାରେ ରହିନାହାନ୍ତି। ପିଲାମାନଙ୍କୁ ଆତ୍ମନିର୍ଭର କରିବା ଲାଗି ଶିକ୍ଷା ଦିଆଯାଉଛିି। ପ୍ରତିଦିନ ସକାଳେ ୨୫ ମିନିଟ ସ୍ପୋକନ ଇଂଲିଶ କ୍ଲାସ୍‌ ନିଆଯାଉଛି। ଛୋଟ ଛୋଟ ନାଟକ ମାଧ୍ୟମରେ ବି ଶିକ୍ଷା ଦିଆଯାଉଛି। ଦୁର୍ଗମ ଗାଁ କରିଥର ଲୋକସଂଖ୍ୟା ପାଖାପାଖି ୫୦୦। ଶୀତ ତିନିମାସ ସ୍କୁଲ ବନ୍ଦ ରହେ। ପିଲାମାନଙ୍କ ଶିକ୍ଷା ବନ୍ଦ ନ କରି ସେମାନଙ୍କ ସହ ଯୋଗାଯୋଗ ରଖିବାକୁ ଅଲୀ ଏକ କୃତ୍ରିମ ବରଫ ସ୍ତୂପ ଗଢ଼ି ସେଠାରେ ପିଲାମାନଙ୍କୁ ସମବେତ କରି ଶିକ୍ଷା ଦିଅନ୍ତି।