ଶିଶୁ ଶ୍ରମିକର ବୋଝ ସମ୍ଭାଳିଥିବା ସୁରେଶ ଏବେ ଶହ ଶହ ଗୃହହୀନଙ୍କ ଭବିଷ୍ୟତ ଗଢ଼ିବାରେ ଲାଗିଛନ୍ତି । ୭ ବର୍ଷ ବୟସରେ ସେ ତାଙ୍କ ପିତାଙ୍କୁ ହରାଇବା ପରେ ପେପର ଓ ପ୍ଲାଷ୍ଟିକ ବିକି ଘର ଚଳାଇବା ଆରମ୍ଭ କରିଥିଲେ। ତାଙ୍କ ମା’ଙ୍କ ସହ ଏକ ଫାର୍ମକୁ କାମ କରିବାକୁ ବି ଯାଉଥିତ୍ଲେ। ମା’୬ ଟଙ୍କା ମଜୁରି ପାଉଥିବା ବେଳେ ସୁରେଶ ପାଉଥିତ୍ଲେ ୪ ଟଙ୍କା। ପରେ ସ୍ନେହା ନାମକ ଏନ୍ଜିଓ ଦ୍ୱାରା ତାଙ୍କ ଆଖି ଅପରେଶନ କରାଗଲା ଓ ପରେ ସେ ନିଜେ ଏକ ବ୍ୟାଗ ଦୋକାନ କରିପାରିଲେ। ଏଥିରୁ ଦିନକୁ ୧୫୦ ଟଙ୍କା ଯାଏ ରୋଜଗାର କରିବାକୁ ସକ୍ଷମ ହୋଇପାରିଲେ। ସେଠାରୁ ଜଣେ ପୂଜକ ତାଙ୍କୁ ଉଦ୍ଧାର କରି ପଢ଼ିବାର ବ୍ୟବସ୍ଥା କରିଥିଲେ। ପରେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରି ଚାକିରି ବଦଳରେ ଅସହାୟ ଓ ଗୃହହୀନଙ୍କ ଜୀବନ ପରିବର୍ତ୍ତନ କରିବା ଲାଗି ନିଷ୍ପତ୍ତି ନେଇଥିଲେ। ଯେଉଁ ସ୍ନେହରୁ ସାହାଯ୍ୟ ପାଇଥିଲେ ତା’ ମାଧ୍ୟରେ ଏବେ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବାରେ ଲାଗିଛନ୍ତି। ସେ ସହରରେ ମହିଳାମାନଙ୍କ ପାଇଁ ସିଲାଇ ପ୍ରଶିକ୍ଷଣ କେନ୍ଦ୍ର ଖୋଲି ସେଠାରେ ଜିନିଷ ପ୍ରସ୍ତୁତ କରି ବିକ୍ରି କରିବା ଆରମ୍ଭ କରିଛନ୍ତି ଓ ମହିଳାମାନଙ୍କୁ ରୋଜଗାର କରିବାରେ ସହଯୋଗ କରୁଛନ୍ତି । ସହାୟକମାନଙ୍କ ରହିବା, ଖାଇବା ଓ ଅନ୍ୟାନ୍ୟ ସେବା ଯୋଗାଇ ଦେବା ଲାଗି ଏକ ଆଶ୍ରୟସ୍ଥଳୀ ଖୋଲିବାକୁ ଯୋଜନା କରିଛନ୍ତି।