ଏଇ ଭାରତରେ

ଅଭିନବ ପଦ୍ଧତିରେ ବର୍ଜ୍ୟର ଉପଯୋଗ କରିବାରେ ଉତ୍ତରପ୍ରଦେଶ ହରିହରପୁରର ରବି ପ୍ରସାଦଙ୍କ ପ୍ରୟାସ ବେଶ୍‌ ପ୍ରଶଂସନୀୟ। ରବିଙ୍କ ବୟସ ୩୬। ସେ କଦଳୀ ଗଛ ବର୍ଜ୍ୟରୁ ଚପଲ, ଟୋପି, ଗ୍ରୋ ବ୍ୟାଗ୍‌, କାର୍ପେଟ୍‌ ଆଦି ଜିନିଷ ପ୍ରସ୍ତୁତ କରୁଛନ୍ତି। ଏହି କାର୍ଯ୍ୟରେ ୪୫୦ ମହିଳାଙ୍କୁ ସଶକ୍ତ କରିପାରିଛନ୍ତି। ଏଥିପାଇଁ ରବି ‘ମଲାଓ୍ବା କେଲା ରେସ୍‌ ଉପତ୍ାଦନ ଲଘୁ ଉଦ୍ୟୋଗ କେନ୍ଦ୍ର’ ପ୍ରତିଷ୍ଠା କରିଛନ୍ତି। ହରିହରପୁର ଆଖପାଖରେ ଅଧିକ କଦଳୀ ଚାଷ କରାଯାଏ ଓ ଚାଷୀମାନେ କଦଳୀ ଉପତ୍ାଦନ ପରେ ଗଛକୁ ବର୍ଜ୍ୟ ଭାବେ ଫିଙ୍ଗିଦିଅନ୍ତି। ଏହାର ପୁନଃ ଉପଯୋଗ କିଭଳି କରାଯାଇପାରିବ ସେହି କଥା ଚିନ୍ତାକରି ରବି ଏହି କାର୍ଯ୍ୟ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିତ୍ଲେ। ରବି ଅର୍ଥନୀତିରେ ଡିଗ୍ରୀ ହାସଲ କରିବା ପରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ଚାକିରି ଛାଡ଼ି ସେ କଦଳୀ ଗଛ ବର୍ଜ୍ୟରୁ ଆୟ କରିବା ପାଇଁ ଲାଗି ପଡ଼ିଲେ ଓ ଖୁବ କମ୍‌ ଦିନରେ ସଫଳତା ପାଇଲେ। ଏଥିତ୍ପାଇଁ ବିଭିନ୍ନ ପ୍ରଦର୍ଶନୀକୁ ଯାଇ ହସ୍ତକଳା କାର୍ଯ୍ୟରେ ଜଡ଼ିତ ଲୋକଙ୍କୁ ଭେଟିବା ପରେ ଏ ସମ୍ପର୍କରେ ପ୍ରଶିକ୍ଷଣ ନେଇଥିତ୍ଲେ। ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଲୋନ୍‌ ଆଣି ଏହି କେନ୍ଦ୍ର ପ୍ରତିଷ୍ଠା କରିଥିତ୍ଲେ। କଦଳୀ ବର୍ଜ୍ୟରୁ ଉପତ୍ାଦ ପ୍ରସ୍ତୁତି ପ୍ରକ୍ରିୟାରେ ଯେଉଁ ବର୍ଜ୍ୟ ବାହାରୁଛି ସେଥିରେ ମଧ୍ୟ ସେ ଜୈବିକ ଖତ ପ୍ରସ୍ତୁତ କରୁଛନ୍ତି ଓ ଚାଷୀମାନଙ୍କୁ ଯୋଗାଉଛନ୍ତି। ଏବେ ରବିଙ୍କ ଉପତ୍ାଦ ଦିଲ୍ଲୀ, ମଧ୍ୟପ୍ରଦେଶ, କେରଳ, ଆନ୍ଧ୍ରପ୍ରଦେଶ, ଗୁଜରାଟ ଆଦି ରାଜ୍ୟରେ ବିକ୍ରି ହେଉଛି। ପ୍ରତିବର୍ଷ ସେ ୫୦ରୁ ଊର୍ଦ୍ଧ୍ୱ ପ୍ରଦର୍ଶନୀକୁ ଯାଉଛନ୍ତି। ବର୍ଷକୁ ଏଥିରୁ ୯ ଲକ୍ଷ ଟଙ୍କା ରୋଜଗାର କରିବା ସହ ମହିଳାମାନଙ୍କୁ ବି ରୋଜଗାରକ୍ଷମ କରିଛନ୍ତି।