Advertisement

ଏଇ ଭାରତରେ

ଜଣେ ମହିଳା ଚାଷୀ ବର୍ଷକୁ ୩୦ ଲକ୍ଷରୁ ଅଧିତ୍କ ଟଙ୍କା ରୋଜଗାର କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ମହାରାଷ୍ଟ୍ରର ଏହି ଚାଷୀ ହେଉଛନ୍ତି ସଙ୍ଗୀତା ପିଙ୍ଗେଲ ଓ ରହୁଛନ୍ତି ନାସିକର ମାଟୋରି ଗାଁରେ। ୩୯ ବର୍ଷୀୟା ସଙ୍ଗୀତା ବିଜ୍ଞାନରେ ଡିଗ୍ରୀ ହାସଲ କରିଛନ୍ତି। ଏକ ରାସ୍ତା ଦୁର୍ଘଟଣାରେ ସ୍ବାମୀଙ୍କୁ ହରାଇବା ପରେ ଯୌଥ ପରିବାରରେ ରହି ବାଧାବିଘ୍ନ ଅତିକ୍ରମ କରି ୨୦୧୭ରେ ଅଙ୍ଗୁର ଚାଷ ଆରମ୍ଭ କରିଥିତ୍ଲେ। ପ୍ରଥମେ ଲୋକମାନେ ତାଙ୍କୁ କହିଥିଲେ,ସେ ଚାଷରେ ସଫଳ ହୋଇପାରିବେ ନାହିଁ; ହେଲେ ସେ ସଭିଙ୍କ ଆକଳନ ଭୁଲ୍‌ କରିଦେଇଛନ୍ତି। ଏବେ ୧୩ ଏକର ଜମିରେ ଅଙ୍ଗୁର ଚାଷ କରୁଛନ୍ତି। ବର୍ଷକୁ ୮୦୦ରୁ ୧,୦୦୦ ଟନ୍‌ ଅଙ୍ଗୁର ଉପତ୍ାଦନ ହେଉଛି ଓ ସେ ପାଉଛନ୍ତି ୨୫ରୁ ୩୦ ଲକ୍ଷ ଟଙ୍କା। ନିଜେ ଟ୍ରାକ୍ଟରରେ ହଳ କରିବା ସହ ଜୈବିକ ଖତ ପ୍ରସ୍ତୁତ କରି ବ୍ୟବହାର କରୁଛନ୍ତି। ଅଙ୍ଗୁର ବ୍ୟତୀତ ସେ ଟମାଟୋ ଚାଷ ମଧ୍ୟ କରୁଛନ୍ତି। ବହୁ ସମୟରେ ପ୍ରତିକୂଳ ପରିବେଶ ଏଥିରେ ବାଧା ଦେଉଛି, ହେଲେ ଏହାକୁ ଅତିକ୍ରମ କରି ଆହୁରି ଅଧିକ ଉପତ୍ାଦନ କରିବାର ଲକ୍ଷ୍ୟ ରଖିଛନ୍ତି ବୋଲି କହନ୍ତି ସଙ୍ଗୀତା। ଏବେ ସେ ତାଙ୍କ ଉପତ୍ାଦିତ ଅଙ୍ଗୁରକୁ ରପ୍ତାନି କରିବାକୁ ଯୋଜନା କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel