ଏଇ ଭାରତରେ

ବାଉଁଶ ଉତ୍ପାଦ ମାଧ୍ୟମରେ କୃଷି ସମସ୍ୟା ସମାଧାନ କରିବା ସହ ୨୦୦ ହସ୍ତଶିଳ୍ପୀଙ୍କୁ ରୋଜଗାର ଦେଇ ଉଦାହରଣ ସୃଷ୍ଟି କରିଛନ୍ତି କେରଳର ଏକ ଦମ୍ପତି। ଶିବରଞ୍ଜନ ଟି ଓ ଶ୍ରୀଲତାଙ୍କ ଉଦ୍ୟମରେ ଏବେ ଓ୍ବାଏନାଡ ଜିଲାର ଥ୍ରିକାଇପେଟା ବାଉଁଶ ହସ୍ତକଳାର ଗାଁ ଭାବେ ଖ୍ୟାତି ଲାଭ କରିପାରିଛି। ଉକ୍ତ ଦମ୍ପତି ଉରାଭୁ ଇଣ୍ଡିଜେନସ ସାଇନ୍ସ ଆଣ୍ଡ୍‌ ଟେକ୍ନୋଲୋଜି ଷ୍ଟଡି ସେଣ୍ଟର ପ୍ରତିଷ୍ଠା କରି ବାଉଁଶ ଉତ୍ପାଦ ଓ ହସ୍ତକଳାକୁ ଆଗକୁ ନେବାରେ ସକ୍ଷମ ହୋଇଛନ୍ତି। ଏମାନେ ବାଉଁଶରେ ଅଳଙ୍କାର, କଲମ,ଫୁଲକୁଣ୍ଡ ତିଆରି କରୁଛନ୍ତି। ଏହା ସହ ଏମାନଙ୍କ ଦ୍ୱାରା ପ୍ରସ୍ତୁତ କ୍ଲଥ୍‌ ହ୍ୟାଙ୍ଗର, ଲ୍ୟାମ୍ପଶେଡ୍‌, ଷ୍ଟୋରେଜ କଣ୍ଟେନର, ମ୍ୟୁଜିକାଲ ଇନ୍‌ଷ୍ଟ୍ରୁମେଣ୍ଟ, ବଟଲ ଓ ଫେସ୍‌ମାକ୍ସ ଆଦିର ବଜାର ଚାହିଦା ଢେର ବେଶିି । ବାଉଁଶ ଉତ୍ପାଦ ପାଇଁ ଥ୍ରିକାଇପେଟା ଏବେ ପର୍ଯ୍ୟଟନ କେନ୍ଦ୍ର ପାଲଟିଛି। ଏହି ଗାଁରେ ସମସ୍ତେ କୃଷିଠାରୁ ଆରମ୍ଭ କରି ସବୁ କ୍ଷେତ୍ରରେ ବାଉଁଶ ଉପତ୍ାଦ ବ୍ୟବହାର କରୁଛନ୍ତି। ଗାଁରେ ବାଉଁଶରେ ଘର ମଧ୍ୟ କରାଯାଇଛି। ପର୍ଯ୍ୟଟକମାନଙ୍କ ଲାଗି ଏହି ଘରେ ରହିବାର ସ୍ବତନ୍ତ୍ର ବ୍ୟବସ୍ଥା ରହିଛି। ପର୍ଯ୍ୟଟକମାନେ ଏଠାରେ ରହି ବାଉଁଶରୁ ବିଭିନ୍ନ ଉତ୍ପାଦ ସମ୍ପର୍କରେ ପ୍ରଶିକ୍ଷଣ ନେଉଛନ୍ତି। ଶିବରଞ୍ଜନ ଓ ଶ୍ରୀଲତା ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଦାନରେ ଏହି ଅଭିିଯାନ ଚଳାଇଛନ୍ତି। ଦମ୍ପତିଙ୍କ ସଂସ୍ଥାରେ କାର୍ଯ୍ୟ କରୁଥିତ୍ବା ୨୦୦ ହସ୍ତଶିଳ୍ପୀଙ୍କ ମଧ୍ୟରେ ୯୦ ପ୍ରତିଶତ ମହିଳା ରହିଛନ୍ତି। ୧୭ଟି ସ୍ବୟଂ ସହାୟିକା ଗୋଷ୍ଠୀର ଏହି ମହିଳାମାନେ ବାଉଁଶ ଉତ୍ପାଦରୁ ଅଧିକ ଲାଭ ପାଉଛନ୍ତି। କେବଳ ଏତିକି ନୁହେଁ ଏମାନେ ପଞ୍ଚାୟତ, ଗ୍ରାମବାସୀ ଏବଂ ସ୍ବେଚ୍ଛାସେବୀଙ୍କ ସହଯୋଗରେ ବାଉଁଶ ଜଙ୍ଗଲ ସୃଷ୍ଟି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri