ହଜାର ହଜାର ଝିଅଙ୍କୁ ସଶକ୍ତ କରି ସମାଜ ଲାଗି ପ୍ରେରଣା ସାଜିଛନ୍ତି ବିହାର ବୈଶାଳୀ ଜିଲାର ପୁନମ ରାୟ । ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ପେଣ୍ଟିଂରେ ଡିଗ୍ରୀ ହାସଲ କରିବା ପରେ ପୁନମ ୧୯୯୫ରେ ବିବାହ କରିଥିଲେ। କନ୍ୟା ସନ୍ତାନର ଜନନୀ ହେବା ପରେ ତାଙ୍କ ପ୍ରତି ନିର୍ଯାତନ ବଢ଼ିଲା ଓ ବାଲକୋନିରୁ ପଡ଼ିଯିବା ଯୋଗୁ ତାଙ୍କ ମେରୁଦଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ଏହାଯୋଗୁ ପକ୍ଷାଘାତରେ ଶିକାର ହେବା ପରେ ପୈତୃକ ଘର ଲେଉଟି ଆସି ୧୫ ବର୍ଷ ଧରି ଚିକିତ୍ସା ପରେ ସୁସ୍ଥ ହୋଇଥିଲେ। ୨୦୧୬ରେ ସେ ଆମତ୍ରକ୍ଷା କୌଶଳ ଶିକ୍ଷା କରିବା ପରେ ବିନ୍ଦେଶ୍ୱର ରାୟ ଫାଉଣ୍ଡେଶନ ଗଠନ କରି ତା’ମାଧ୍ୟମରେ ଝିଅମାନଙ୍କୁ ଆମତ୍ରକ୍ଷା ପାଇଁ ଟାଏକୋଣ୍ଡୋ ଶିକ୍ଷା ଦେଉଛନ୍ତି। ପେଣ୍ଟିଂ ଏକ୍ଜିବିଶନ ଆୟୋଜନ କରି ଏଥିପାଇଁ ପାଣ୍ଠି ଯୋଗାଡ଼ କରୁଛନ୍ତି । ସେ ମଧ୍ୟ ପିଲାମାନଙ୍କୁ ପେଣ୍ଟିଂ ଶିକ୍ଷା ଦେଉଛନ୍ତି। ଏବେ ସୁଦ୍ଧା ତାଙ୍କ ସଂସ୍ଥା ୩୦୦୦ରୁ ଅଧିକ ଝିଅ ଟାଏକୋଣ୍ଡୋ ଶିଖି ସାରିଲେଣି। ଅସହାୟ ଝିଇମାନଙ୍କୁ ମାଗଣାରେ ଶିକ୍ଷା ଦେଉଛନ୍ତି। ସେମାନଙ୍କ ମଧ୍ୟରୁ ୨୦ ଜଣ ରାଜ୍ୟ ଓ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ପ୍ରତିନିଧିତ୍ୱ କରିଛନ୍ତି।