ଏଇ ଭାରତରେ

ନିଜ ଜୀବନକୁ ବିପଦରେ ପକାଇ ଅନ୍ୟକୁ ରକ୍ଷା କରିବାରେ ଯେଉଁ ଆନନ୍ଦ ରହିଛି ତାହା ଅନୁଭବ କରିଛନ୍ତି ପୁଣେର ରାଜେଶ କାଚି। ସେ ରାସ୍ତା କଡ଼ରେ ଅଣ୍ଡା ଭୁଜିଆ ବିକ୍ରି କରନ୍ତିି ଓ ତା’ ମଧ୍ୟରୁ ସମୟ ବାହାର କରି ୧୫୦ ଜଣଙ୍କ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇପାରିଛନ୍ତି। ଏହା ବ୍ୟତୀତ ପୁଣେର ମୁଥା ନଦୀରେ ବୁଡ଼ିଯାଇଥିତ୍ବା ୮୦୦ ମୃତ ଦେହ ଉଦ୍ଧାର କରିଛନ୍ତି। ଗତ ତିନି ଦଶନ୍ଧି ମଧ୍ୟରେ ସେ ନଦୀରୁ ଶହ ଶହ ଲୋକଙ୍କ ଜୀବନ ରକ୍ଷା କରିଥିବାରୁ ଲୋକେ ତାଙ୍କୁ ‘ମୁଥା ଚା ରାଜା’ ବା ମୁଥା ନଦୀର ରାଜା ବୋଲି ଶ୍ରଦ୍ଧାରେ ଡାକନ୍ତି। ରାଜେଶ ରହୁଛନ୍ତି ଶିବାଜୀନଗର ଟଫ୍‌ଖାନା ଅଞ୍ଚଳର ଏକ ବସ୍ତିରେ। ତାଙ୍କ ବୟସ ୫୦। ନଦୀ କୂଳରେ ରହୁଥିବାରୁ ସେ ପିଲାଦିନରୁ ପହଁରା ଶିଖିଛନ୍ତି। ଗରିବୀ ଯୋଗୁ ରାଜେଶ ଅଷ୍ଟମ ଶ୍ରେଣୀରୁ ପାଠ ଛାଡ଼ି ଦେଇଛନ୍ତି। ପିଲାଦିନରୁ ମାତାପିତାଙ୍କୁ ହରାଇବା ପରେ ଆଈମା’ ପାଖରେ ବଢିଛନ୍ତି। ତାଙ୍କୁ ୧୯ ବର୍ଷ ହୋଇଥିବାବେଳେ ସେ ନଦୀରେ ବୁଡ଼ିଯାଉଥିବା ଜଣେ ଝିଅକୁ ଉଦ୍ଧାର କରିଥିଲେ। ସେବେଠାରୁ ସେ ଏଯାବତ୍‌ ୧୫୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ବଞ୍ଚାଇବା ସହ ନଦୀରୁ ୮୦୦ରୁ ଅଧିକ ମୃତଦେହ ଉଦ୍ଧାର କରିସାରିଲେଣି। କୌଣସି ବ୍ୟକ୍ତି ପାଣିରେ ବୁଡ଼ିଯିବା ପରେ ପୋଲିସଠାରୁ ଖବର ପାଇ ସେ ବିଜ୍‌ନେସ ଛାଡ଼ି ସେଠାରେ ପହଞ୍ଚି ଯାଆନ୍ତି। ଏପରି କିି ରାତି ଅଧରେ ସେ ଏହି କାର୍ଯ୍ୟ କରିବାକୁ ଆଗେଇ ଆସନ୍ତି।