ଏଇ ଭାରତରେ

ନାଁ ଦୀପକ। ବୟସ ୧୯। କିନ୍ତୁ ଦୃଷ୍ଟାନ୍ତଯୋଗ୍ୟ କାର୍ଯ୍ୟ ତାଙ୍କୁ ଭିନ୍ନ ପରିଚୟ ପ୍ରଦାନ କରିଛି। ଲକ୍ଷ୍ନୌ ଜିଲା ହେମି ଗାଁରେ ରହନ୍ତି ଦୀପକ। ମହିଳା ବିରୋଧୀ ହିଂସା ଏବଂ ଭେଦଭାବ ଦୂର କରିବା ପାଇଁ ସେ ଅଭିଯାନ ଚଳାଇଛନ୍ତି। ବ୍ରେକ୍‌ ଥ୍ରୁ୍ରୁ ଇଣ୍ଡିଆ ନାମକ ସଂସ୍ଥା ସହ ଜଡ଼ିତ ବେହା ପରେ ସେ ଏହି ପଦକ୍ଷେପ ନେଇଛନ୍ତି ଓ ତାଙ୍କୁ ସଂସ୍ଥା ପକ୍ଷରୁ ଟିଢ଼ ଚେଞ୍ଜ ଲିଡର କରାଯାଇଛି। ଭାରତରେ ଘରୋଇ ହିସା ଅତ୍ୟନ୍ତ ଉଦ୍‌ବେଗଜନକ। ଆହୁରି ଲଜ୍ଜାଜନକ ବିଷୟ ହେଉଛି, ମହିଳାଙ୍କ ପାଇଁ ଭାରତ ସବୁଠୁ ଅସୁରକ୍ଷିତ ଦେଶ । ଏଭଳି ପରିସ୍ଥିତିକୁ ଠିକ୍‌ ଭାବେ ହୃଦୟଙ୍ଗମ କରିଛନ୍ତି ଦୀପକ, ଯେଉଁଥିପାଇଁ ସେ ଏହି ସମସ୍ୟା ଦୂର କରିବା ଲାଗି ପ୍ରଥମେ ତାଙ୍କ ଗାଁରୁ ଅଭିଯାନ ଆରମ୍ଭ କରିଛନ୍ତି। ଗାଁର ୧୫ ଜଣ ଯୁବତୀଯୁବକଙ୍କୁ ନେଇ ଏକ ଟିମ୍‌ ଗଠନ କରିଛନ୍ତି। ଗାଁରେ ଘରୋଇ ହିଂସାର ଶିକାର ହେଉଥିବା ମହିଳାମାନଙ୍କ ଘରେ ତାଙ୍କ ଟିମ୍‌ ସହ ପହଞ୍ଚି ସମସ୍ୟାର ସମାଧାନ କରୁଛନ୍ତି। ନିଜ ଗାଁକୁ ଘରୋଇ ହିଂସା ମୁକ୍ତ କରିବା ପରେ ଅନ୍ୟ ଗାଁଗୁଡ଼ିକରେ ଏହି ଅଭିଯାନ ଚଳାଇଛନ୍ତି। ତେବେ କମ୍‌ ବୟସରେ ଦୀପକ ଏଭଳି କାର୍ଯ୍ୟ ଅନ୍ୟ କିଶୋରମାନଙ୍କ ପାଇଁ ଏକ ପ୍ରେରଣା ନିଶ୍ଚୟ।