ଏଇ ଭାରତରେ

ବୟସର ଅପରାହ୍ନରେ ଥିବା ବହୁ ଜୀବନ ପାରିବାରିକ ଅବହେଳାରୁ ଛଟପଟ ହେଉଛନ୍ତି। ପାଳିପୋଷିି ବଡ଼ କରିଥିବା ପିଲାମାନେ ପ୍ରତିପୋଷଣର ବୋଝ ବୋହିବା ଲାଗି ଅମଙ୍ଗ ହେବା ଯୋଗୁ ଅନେକ ବୟସ୍କ ମାତାପିତା ରାସ୍ତାରେ ଜୀବନ କାଟିବାକୁ ବାଧ୍ୟ ହେଉଛନ୍ତି। ଏଭଳି ପୀଡ଼ିତମାନେ ସାହାରା ଖୋଜୁଥିବା ବେଳେ ଉଡ୍ଡୁପି(କର୍ନାଟକ)ର ଡ. ରବୀନ୍ଦ୍ରନାଥ ଶାନ୍‌ଭୋଗେ ସେମାନଙ୍କ ପାଇଁ ଦେବଦୂତ ପାଲଟିଛନ୍ତି। ପୀଡ଼ିତମାନଙ୍କ ଯନତ୍ ନେବା ସହ ସେମାନଙ୍କ ହକ୍‌ ପାଇଁ ଲଢ଼େଇ କରୁଛନ୍ତି। ଏବେ ସୁଦ୍ଧା ପାରିବାରିକ ଅବହେଲାରୁ ଘର ଛାଡ଼ିଥିବା ୧,୦୦୦ ବୟସ୍କଙ୍କୁ ଆଇନଗତ ଲଢ଼େଇରେ ସାହାଯ୍ୟ କରିସାରିଛନ୍ତି। ସେ ଉଡ୍ଡୁପିରେ ହ୍ୟୁମ୍ୟାନ ରାଇଟ୍ସ ପ୍ରୋଟେକ୍‌ଶନ ଫାଉଣ୍ଡେଶନ (ଏଚ୍‌ଆରପିଏଫ୍‌) ଗଠନ କରି ତା’ ମଧ୍ୟରେ ଏହା ଜାରି ରଖିଛନ୍ତି। ଏ ବାବଦ ସବୁ ଖର୍ଚ୍ଚ ବ୍ୟକ୍ତି, ଅନୁଷ୍ଠାନ କିମ୍ବା ସରକାରଙ୍କ ଠାରୁ ଗ୍ରହଣ ନ କରି ସେ ନିଜେ ବହନ କରୁଛନ୍ତି। ଡ.ଶାନ୍‌ଭୋଗେ ଲିଗାଲ୍‌ ଆଓ୍ବାର୍‌ନେସ୍‌ କ୍ୟାମ୍ପ ଓ କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି। ଭାରତରେ ଜରୁରିକାଳୀନ ପରିସ୍ଥିତିରେ ଗିରଫ ହୋଇ ଜେଲରେ ରହିବା ସମୟରେ ଶାନ୍‌ଭୋଗେଙ୍କ ଜୀବନ ଗତିପଥ ସେବାମନସ୍କ ହୋଇଥିଲା।