ଏଇ ଭାରତରେ

ଦାଦନ ଶ୍ରମିକଙ୍କୁ ଶୋଷଣକାରୀଙ୍କ ବେଡ଼ିରୁ ମୁକ୍ତିଦେବା ସହ ସେମାନଙ୍କୁ ଥଇଥାନ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି କର୍ନାଟକର ଡ. କିରନ ପ୍ରସାଦ। ଦୀର୍ଘ ୩୦ ବର୍ଷ ଧରି ସେ ଏହି କାର୍ଯ୍ୟ କରି ଆସୁଛନ୍ତି। ୧୯୮୬ରେ ଶିକ୍ଷା ଶେଷ କରି ସେ ଦାଦନ ଶ୍ରମିକଙ୍କ ସୁରକ୍ଷା ପାଇଁ ଚିନ୍ତା କରିଥିଲେ। ପରେ ୧୯୯୦ରେ ‘ଜୀବିକା’ ଏନ୍‌ଜିଓ ପ୍ରତିଷ୍ଠା କରି ଶ୍ରମିକ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଉଦିପ ଜିଲାର ବାସିନ୍ଦା ଡ. ପ୍ରସାଦ ଆନ୍ଥ୍ରୋପୋଲୋଜିରେ ପିଏଚ୍‌.ଡି କରିଛନ୍ତି। ତିନି ଦଶନ୍ଧିରେ ସେ ୭,୦୦୦ରୁ ଊର୍ଦ୍ଧ୍ୱ ଶ୍ରମିକଙ୍କୁ ଉଦ୍ଧାର କରିବା ସହ ସେମାନଙ୍କୁ ଥଇଥାନ କରିବାରେ ସକ୍ଷମ ହୋଇପାରିଛନ୍ତି। ଏହାସହ ସରକାର ଚିହ୍ନଟ କରିଥିତ୍ବା ୩୦,୦୦୦ ଦାଦନ ଶ୍ରମିକଙ୍କ ଥଇଥାନ ପାଇର୍ଁ ସେ ପ୍ରୟାସ ଜାରି ରଖିଛନ୍ତି। ସରକାରଙ୍କ ସହଯୋଗରେ ସେମାନଙ୍କ ନିକଟରେ ବିଭିନ୍ନ ଯୋଜନା ପହଞ୍ଚାଇ ସେ ଏହା କରୁଛନ୍ତି। ଶ୍ରମିକମାନଙ୍କୁ ସେମାନଙ୍କ ଅଧିତ୍କାର ସମ୍ପର୍କରେ ସଚେତନ କରୁଛନ୍ତି। ସାମାଜିକ କଟକଣା, ଜାତିବାଦ ଓ ଅନ୍ଧବିଶ୍ୱାସ ମଧ୍ୟରୁ ସେମାନଙ୍କୁ ବାହାର କରିବା ଲାଗି ବିଭିନ୍ନ ଉପାୟ ଆପଣାଉଛନ୍ତି। ସଚେତନ କରିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ଶ୍ରମିକମାନଙ୍କ ଆଇନଗତ ସମସ୍ୟା ମଧ୍ୟ ଦୂର କରିବାରେ ସାହାଯ୍ୟର ହାତ ବଢ଼ାଇଛନ୍ତି। ଏହି କାର୍ଯ୍ୟ ମଧ୍ୟ ‘ଜୀବିକା’ଦ୍ୱାରା ସମ୍ଭବ ହୋଇପାରିଛି। କର୍ନାଟକର ୨୦ଟି ବ୍ଲକରେ ଏହି ସଂସ୍ଥା ସକ୍ରିୟ ରହିଛି।