ଏଇ ଭାରତରେ

ଥରେ ଚାର୍ଜ ହେଲେ ୨୦୦ କି.ମି. ଯାଉଥିବା ଇ- ବାଇକ୍‌ ନିର୍ମାଣ କରିଛନ୍ତି ବେଙ୍ଗାଲୁରୁ ନିବାସୀ ଡାନିକର ଏବଂ ମଧୁମିତା ଅଗ୍ରଓ୍ବାଲ। ଏହି ଦମ୍ପତି ଇ-ବାଇକ ନିର୍ମାଣରେ ସବୁ ସ୍ବଦେଶୀ ପାର୍ଟ ବ୍ୟବହାର କରିଛନ୍ତି। ଏହା ଘଣ୍ଟାକୁ ୧୦୦ କି.ମି. ବେଗରେ ଯାଇପାରୁଛି। ଓବେନ ଇଭି ଇନୋଭେଟିଭ ଷ୍ଟାର୍ଟଅପ୍‌ ମାଧ୍ୟମରେ ଏହାକୁ ନିର୍ମାଣ କରାଯାଇଛି। ସେମାନେ ଏକ ବର୍ଷ ପୂର୍ବରୁ ଉକ୍ତ ବାଇକ୍‌ ନିର୍ମାଣ କାର୍ଯ୍ୟ ଆରମ୍ଭ କରି ଏବେ ସଫଳ ହୋଇଛନ୍ତି। ଏହାର ପରୀକ୍ଷା ପାଇଁ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି। ଏହା ମାତ୍ର ୩ ସେକେଣ୍ଡରେ ଜିରୋରୁ ୪୦ କିମି ଛୁଇଁପାରିବ ବୋଲି ଡାନିକର କହନ୍ତି। ଚାର୍ଜର ୨ ଘଣ୍ଟାରେ ବ୍ୟାଟେରିକୁ ସମ୍ପୂର୍ଣ୍ଣ ଚାର୍ଜ କରିପାରୁଛି। ବାହାରେ ଥିବା ଡିସି ଚାର୍ଜରରୁ ବି ଏହା ଏକ ଘଣ୍ଟାରେ ହୋଇପାରିବ। ଏହା ଏବେ ସୁଦ୍ଧା ନିର୍ମାଣ କରାଯାଇଥିତ୍ବା ସବୁ ଇ-ବାଇକ ଓଜନ ତୁଳନାରେ ୨୫% ହାଲୁକା । ଏହାର ସ୍ମାର୍ଟଫୋନ କନେକ୍‌ଟିଭିଟି ଦ୍ୱାରା ବ୍ୟାଟେରି ଲାଇଫ୍‌, ମେଣ୍ଟେନାନ୍ସ ବିଷୟରେ ସବିଶେଷ ତଥ୍ୟ ମୋବାଇଲ ଆପ୍‌ ଶେୟାର କରିପାରୁଛି। ୨୦୨୨ର ପ୍ରଥମ ତ୍ରୈମାସିକରେ ଏହି ବାଇକକୁ ଲଞ୍ଚ କରାଯିବାର ଯୋଜନା କରିଛନ୍ତି ଉକ୍ତ ଦମ୍ପତି।