ଏଇ ଭାରତରେ

ଗୋଟିଏ ଗାଁରେ ୩୫ ବର୍ଷ ଧରି ରହି ଖୁବ୍‌ କମ୍‌ ଫି’ ରେ ରୋଗୀ ସେବା କରୁଛନ୍ତି ବିହାରର ଡା. ରାମନନ୍ଦନ ସିଂ। ଶୋଖପୁର ଜିଲା ବରବିଘା ଗାଁରେ ରୁହନ୍ତି ଡା. ସିଂ। ତାଙ୍କ ବୟସ ୬୮। ଚିକିତ୍ସା ପାଇଁ ଆଖପାଖ ଜିଲାରୁ ତାଙ୍କ ପାଖକୁ ରୋଗୀ ଆସୁଛନ୍ତି। କେବଳ କମ୍‌ ଫି ପାଇଁ ନୁହେଁ, ବରଂ ତାଙ୍କ ଉପରେ ଲୋକମାନଙ୍କର ବିଶ୍ୱାସ ରହିଥିବାରୁ ଏହା ହୋଇପାରିଛି। ସେ ପ୍ରଥମେ ୫ ଟଙ୍କା ନେଉଥିତ୍ଲେ ଓ କିଛି ବର୍ଷରେ ୫୦ ଟଙ୍କା ନେବା ଆରମ୍ଭ କରିଥିତ୍ଲେ। ସେ ଯେଉଁ ଫି’ ନେଉଛନ୍ତି ତାହାକୁ ନିଜ କାମରେ ନ ଲଗାଇ ରୋଗୀ ସେବାରେ ନିଯୁକ୍ତ ୧୫ ଜଣ ଷ୍ଟାଫ୍‌ଙ୍କ ପରିବାର ଚଳାଇବା ଲାଗି ସେମାନଙ୍କୁ ଦେଉଛନ୍ତି। ବଡ଼ କଥା ହେଉଛି ଡା.ସିଂ ନିଜ ପରିବାର ସହ ଚାଷ ଉପରେ ନିର୍ଭର କରୁଛନ୍ତି ଓ ସେଥିରେ ପରିବାରର ସବୁ ଖର୍ଚ୍ଚ ତୁଲାଉଛନ୍ତି। ସେ ସକାଳ ୮ରୁ ରାତି ୮ଟା ଯାଏ ରୋଗୀ ସେବା କରୁଛନ୍ତି। ୫୦ ଟଙ୍କା ଫି’ ବଡ଼ କଥା ନୁହେଁ, ଲୋକମାନେ ବାହାର ଜିଲାରୁ ୩୦୦ ଟଙ୍କା ଖର୍ଚ୍ଚ କରି ତାଙ୍କ ପାଖକୁ ଆସୁଛନ୍ତି କେବଳ ବିଶ୍ୱାସ ଯୋଗୁ। ସେ ବିଭିନ୍ନ ଗାଁରେ ମଧ୍ୟ ମେଡିକାଲ କ୍ୟାମ୍ପ୍‌ ଆୟୋଜନ କରୁଛନ୍ତି। ଭୟଙ୍କର କରୋନା ସମୟରେ ବି ଭୟ ନ କରି ସେ ଲୋକମାନଙ୍କ ଚିକିତ୍ସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ଏକ ଛୋଟ ଗାଁ ମାନ୍ୟାଚିଓ୍ବାଡ଼ି। ଏହାର ଲୋକସଂଖ୍ୟା ୪୨୦। ଏହି ଗାଁ ଏବେ ସମ୍ପୂର୍ଣ୍ଣ ସୌରଶକ୍ତିର ଗାଁ ହୋଇଯାଇଛି। ମାନ୍ୟାଚିଓ୍ବାଡ଼ିରେ ସ୍ବୟଂ ସହାୟିକା ଗୋଷ୍ଠୀ...

ମେଦବହୁଳତା ଚିକିତ୍ସାରେ ବୈଜ୍ଞାନିକ ପଦ୍ଧତି

ନ୍ୟାଶନାଲ ଫାମିଲି ହେଲ୍‌ଥ ସର୍ଭେ-୫ (୨୦୨୨) ଅନୁଯାୟୀ, ବର୍ତ୍ତମାନ ଭାରତରେ ୨୩% ନାରୀ ଓ ୨୨.୧% ପୁରୁଷ ବିଏମ୍‌ଆଇ ଅନୁଯାୟୀ ଅଧିକ ଓଜନ ବିଶିଷ୍ଟ। ପେଟର...

କଳା-ଗୋରା କାହାଣୀ

ଗତ ନବେ ଦଶକରେ ମୋର ବିବାହ ପାଇଁ କନ୍ୟା ଖୋଜା ହେଉଥିବା ବେଳେ ମୋ ବୋଉର ଗୋଟିଏ ମାତ୍ର ସର୍ତ୍ତ ଥିଲା ଯେ, ବୋହୂଟି ଗୋରୀ...

Dillip Cherian

ସ୍ବଚ୍ଛତା ନାହିଁ

ନିକଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ କାର୍ଯ୍ୟରତ ଦୁଇ ବରିଷ୍ଠ ଆଇପିଏସ୍‌ ଅଧିକାରୀ ସୋନିଆ ନାରଙ୍ଗ ଓ ଅଭିଷେକ ଗୋଏଲଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ଏମାନେ ସେଣ୍ଟ୍ରାଲ ଡେପୁଟେଶନରେ...

ସଂସାରର ବିଜ୍ଞାନ ତତ୍ତ୍ୱ

ମେ ଆମ ଚାରିପାଖରେ ଯେଉଁସବୁ ଘଟଣା ଦେଖୁଛେ ତାହା ସବୁ ବିଜ୍ଞାନର କିଛି ମୌଳିକ ନିୟମ ଅନୁସାରେ ଘଟିଥାଏ । ସୂର୍ଯ୍ୟଙ୍କ ଉଦୟ ଏବଂ ଅସ୍ତ...

କେହି କାହାରିକୁ ଶିଖାନ୍ତି ନାହିଁ

ଗୁରୁ ଟିକିଏ ନିଶ୍ଚୁପ ହୋଇ ନବାଗତଙ୍କ ଆଡ଼େ ଦୃଷ୍ଟିପାତ କରୁଥିଲେ। କିଛିକ୍ଷଣ ପରେ ନୀରବତା ଭଙ୍ଗ କରି ଗୁରୁ କହିଲେ- ବତ୍ସ! ତୁମେ ମୋ ପାଖକୁ...

ବାଣିଜ୍ୟ ବ୍ୟବସ୍ଥାର ପୁନର୍ଗଠନ ଲୋଡ଼ା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପ୍ରିଲ ପ୍ରାରମ୍ଭରେ ଅତ୍ୟଧିକ ଟାରିଫ ବୃଦ୍ଧି କରିଥିଲେ। ଏହା ବାଣିଜ୍ୟ ଯୁଦ୍ଧକୁ ତୀବ୍ର କରିଥିଲା, ଯାହାକୁ ସେ ‘ଲିବରେଶନ ଡେ’...

ମୁଁ ଓ ମୋର

ମାନବ ସମାଜରେ ବ୍ୟକ୍ତିବାଚକ ସର୍ବନାମ ‘ମୋ’ ଶବ୍ଦରେ ସବୁକିଛିର ମୂଲ୍ୟ ନିହିତ ରହିଛି। ଆମେ କହିଥାଉ ଏ ଜାଗା ମୋର। ଏ ଦେହ ମୋର। ବାସ୍ତବରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image