ଏଇ ଭାରତରେ

ଗୋଟିଏ କି ଦୁଇଟି ପ୍ରକାର ଧାନ ନୁହେଁ, ୬୫୦ ପ୍ରକାର ଧାନ ଚାଷ କରୁଛନ୍ତି କେରଳର ସତ୍ୟନାରାୟଣନ ବେଲେରି। କସାରଗଡର ନେତିନେଗେ ଗାଁ ନିବାସୀ ସତ୍ୟନାରାୟଣନ ଅଭିନବ ପଦ୍ଧତିରେ କମ୍‌ ଜମିରେ ତାର୍‌ପୋଲିନ ଓ ଗ୍ରୋ ବ୍ୟାଗ୍‌ ବ୍ୟବହାର କରି ଧାନଚାଷ କରୁଛନ୍ତି। ତାର୍‌ପୋଲିନରେ ପାଣି ଜମାକରି ତା’ଉପରେ ଗ୍ରୋ ବ୍ୟାଗ ରଖି ଏହି ଚାଷ କରାଯାଉଛି। ସେ କେରଳ, କର୍ନାଟକ, ଆସାମ , ମଣିପୁରରୁ ଧାନ ବିହନ ସଂଗ୍ରହ କରୁଛନ୍ତି। ଏପରିକି ଫିଲିପାଇନ୍ସ ଏବଂ ଜାପାନରୁ ମଧ୍ୟ ବିହନ ମଗାଉଛନ୍ତି। ୧୫ ବର୍ଷ ତଳୁ ସେ ଧାନ ବିହନ ସଂଗ୍ରହ କରିବା ଆରମ୍ଭ କରିଥିଲେ। ଓ୍ୟଷଧୀୟ ଗୁଣରେ ଭରପୁର ବହୁ କିସମ ଧାନ ମଧ୍ୟ ତାଙ୍କ ପାଖରେ ଉପଲବ୍ଧ।
କେବଳ ଏତିକି ନୁହେଁ,ସତ୍ୟନାରାୟଣନ ଧଳା, କଳା, ଲାଲ, ବାଇଗଣି ଓ ସବୁଜ ରଙ୍ଗ ଧାନ ଉପତ୍ାଦନ କରୁଛନ୍ତି। ପ୍ରତ୍ୟେକ ଗ୍ରୋ ବ୍ୟାଗ୍‌ରେ ୩୦୦ ଗ୍ରାମ୍‌ ଧାନ ଫଳୁଛି। ସେ ମଧ୍ୟ ବହୁ ଚାଷୀଙ୍କୁ ମାଗଣାରେ ବିହନ ଯୋଗାଉଛନ୍ତି। ଧାନ ଚାଷ ପାଇଁ ତାଙ୍କୁ କେନ୍ଦ୍ର କୃଷି ମନ୍ତ୍ରଣାଳୟ ପକ୍ଷରୁ ସମ୍ମାନିତ କରାଯାଇଛି।