ଏଇ ଭାରତରେ

ଜଙ୍ଗଲ ଧ୍ୱଂସ ହେବା ଯୋଗୁ ହାତୀ ମଣିଷଙ୍କ ଲଢେଇ ଜାରି ରହିଛି। ଏଥିରେ ବହୁ ହାତୀ ମୃତ୍ୟୁମୁଖରେ ପଡୁଥିବାବେଳେ ଅନେକ ଧନ ଜୀବନ ନଷ୍ଟ ହେଉଛି। ଏହାକୁ ରୋକିବା ଲାଗି ବନବିଭାଗ ଲୋକମାନଙ୍କୁ ସଚେତନ କରୁଛି ସତ, କିନ୍ତୁ ବ୍ୟକ୍ତିଗତ ପ୍ରୟାସରେ ଏଭଳି ସଂଘଷର୍ର୍କୁ ରୋକିବାରେ ସଫଳତା ପାଉଛନ୍ତି ତାମିଲନାଡୁର ଆନନ୍ଦ କୁମାର। କୁମାର ଜଣେ ବନ୍ୟଜନ୍ତୁ ସଂରକ୍ଷକ। ସେ ମୋବାଇଲ ଫୋନ୍‌ ମାଧ୍ୟମରେ ତାମିଲନାଡୁର ବେଲପରାଇ ଅଞ୍ଚଳରେ ହାତୀଙ୍କୁ ବଞ୍ଚାଇବାରେ ଲାଗିଛନ୍ତି। କୁମାର ମୋବାଇଲରେ ହାତୀମାନଙ୍କ ଉପସ୍ଥିତି ଟ୍ରାକିଂ କରି ଲୋକମାନଙ୍କୁ ଅବଗତ କରୁଛନ୍ତି। ଫଳରେ ଲୋକମାନେ ହାତୀ ଆସିବା ପୂର୍ବରୁ ସତର୍କ ରହୁଛନ୍ତି ଓ ସେମାନଙ୍କ ମଧ୍ୟରେ ସମ୍ଭାବ୍ୟ ସଂଘର୍ଷକୁ ଏଡାଇ ଦେଇ ହେଉଛି। ସେ ଆବିଷ୍କାର କରିଥିବା ପଦ୍ଧତିରେ ସ୍ଥାନୀୟ ଅଞ୍ଚଳରେ ଟିଭିରେ ହାତୀ ଧୀରେ ଧୀରେ ଚାଲିବାର ଦୃଶ୍ୟ ନଜରକୁ ଆସିଥାଏ। ଏହାଦ୍ୱାରା ଲୋକେ ସତର୍କ ହୋଇଯାନ୍ତି ଓ କୌଣସି କାର୍ଯ୍ୟରେ ବାହାରକୁ ଯାଇ ନ ଥାନ୍ତି। ଯଦି କୌଣସି ଲୋକ ବାହାରେ ରହିଥାନ୍ତି ତେବେ ସେମାନଙ୍କୁ ହାତୀ ଉପସ୍ଥିତି ସମ୍ପର୍କରେ ଜଣାଇବା ପାଇଁ ମୋବାଇଲ ଏସ୍‌ଏମ୍‌ଏସ୍‌ ସର୍ଭିସ ଆରମ୍ଭ କରିଛନ୍ତି କୁମାର। ହାତୀ ବିଚରଣ କରୁଥିବା ନିର୍ଦ୍ଦିଷ୍ଟ ଅଞ୍ଚଳର ବ୍ୟକ୍ତିମାନଙ୍କୁ ସେ ଇଂଲିଶ ଓ ତେଲୁଗୁରେ ମେସେଜ ଦେଇଥାନ୍ତି।