ଏଇ ଭାରତରେ

ନିଷ୍ଠା ଓ ଏକାଗ୍ରତା ବଳରେ ସବୁ କିଛି ସମ୍ଭବ। ଏହା ପ୍ରମାଣ କରିଛନ୍ତି ମହାରାଷ୍ଟ୍ରର ହନ୍‌ମନ୍ତରାଓ ଗାଏକ୍ୱାଡ। ସେ ପରିବାର ପ୍ରତିପୋଷଣ ପାଇଁ ଆମ୍ବ ବିକ୍ରି କରୁଥିଲେ। ପରେ ଭାରତ ବିକାଶ ଗ୍ରୁପ୍‌ (ବିଭିଜି) ପ୍ରତିଷ୍ଠା କରି ୭୦,୦୦୦ ଗ୍ରାମୀଣ ଯୁବକଙ୍କୁ ନିଯୁକ୍ତି ଦେଇପାରିଛନ୍ତି। ୮୫୦ କମ୍ପାନୀ ସହ ଏୟାରପୋର୍ଟ, କର୍ପୋରେଟ, ଆମ୍ବୁଲାନ୍ସ ସର୍ଭିସ ଆଦିରେ ଏହାକୁ ଯୋଡ଼ି ପାରିଛନ୍ତି। କେବଳ ଏତିକି ନୁହେଁ ବିଭିଜି ହାଉସକିପିଂ, ଫ୍ୟାସିଲିଟି ମ୍ୟାନେଜମେଣ୍ଟ, ଗାର୍ଡେନିଂ, ମେଡିକାଲ ଓ ଏଗ୍ରିକଲ୍‌ଚର କ୍ଷେତ୍ରରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କୁ ଲାଭ ଦେଇପାରୁଛି। ହନ୍‌ମନ୍ତରାଓ ୧୯୯୪ରେ ଟାଟା ମୋଟର୍ସରେ ଜଣେ ଇଞ୍ଜିନିୟର ଭାବେ ଯୋଗ ଦେଇଥିତ୍ଲେ। ପରେ ଭାରତ ବିକାଶ ପ୍ରତିଷ୍ଠାନ ଗଠନ କରି ସେ ପ୍ରଥମେ ୮ ଜଣ ଯୁବକଙ୍କୁ ନିଯୁକ୍ତ କରିଥିଲେ। ଏମାନେ ଥିଲେ ତାଙ୍କ ଗାଁ ସତରାର ଯୁବକ। ହନ୍‌ମନ୍ତରାଓ ଅତ୍ୟନ୍ତ ସଂଘର୍ଷମୟ ଜୀବନକୁ ଅତିକ୍ରମ କରି ଇଚ୍ଛାଶକ୍ତି ବଳରେ ଆଜି ୨ହଜାର କୋଟି ଟଙ୍କାର ମାଲିକ ହୋଇପାରିଛନ୍ତି।