ଏଇ ଭାରତରେ

ଗାଁ ନାମ ବାଞ୍ଚା। ମଧ୍ୟପ୍ରଦେଶର ବୈତୁଲ ଜିଲାର ଏହି ଗାଁରେ ନା ଅଛି କାଠଚୁଲା ନା ଅଛି ଗ୍ୟାସ୍‌ ସିଲିଣ୍ଡର। ହେଲେ ଲୋକମାନେ ରୋଷେଇ କରୁଛନ୍ତି। ଏହା ଜାଣି ଆଶ୍ଚର୍ଯ୍ୟ ଲାଗୁଛି। କିନ୍ତୁ ବାସ୍ତବତା ହେଉଛି, ବାଞ୍ଚାର ଲୋକମାନେ ସୌରଶକ୍ତି ଚାଳିତ ଇଣ୍ଡକଶନ ଷ୍ଟୋଭରେ ହିଁ ରୋଷେଇ କରୁଛନ୍ତି। ସୌରଶକ୍ତି ଚାଳିତ ବିଦ୍ୟୁତ୍‌ରେ ରୋଷେଇ କରିବା ଦ୍ୱାରା ଲୋକମାନଙ୍କୁ ଆଉ ଜଙ୍ଗଲରୁ କାଠ କାଟିବାକୁ ପଡୁନାହଁି। ଏହାଦ୍ୱାରା ପରିବେଶ ଓ ଜଙ୍ଗଲ ସୁରକ୍ଷା ସୁନିଶ୍ଚିତ ହୋଇପାରିଛି। ସୌର ଆଲୋକ ଯୋଗୁ ପିଲାମାନଙ୍କର ଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧିପାଇଛି। ଜମିରେ ଜଳସେଚନ ଲାଗି ସୌର ବିଦ୍ୟୁତ୍‌ ବ୍ୟବହାର କରାଯାଉଛି। ଏଭଳି ଏକ ନିଆରା ପରିଚୟ ସୃଷ୍ଟି କରିବା ଲାଗି ବଞ୍ଚାକୁ ପ୍ରାୟ ୫ ବର୍ଷ ଲାଗିଯାଇଛି। ଏହି ଆଦିବାସୀବହୁଳ ଗାଁରେ ୭୪ଟି ପରିବାର ରହୁଛନ୍ତି।