ଏଇ ଭାରତରେ

ପେସାରେ ବ୍ୟବସାୟୀ ହେଲେ ବି ପ୍ରାଣୀ ସୁରକ୍ଷା ଅତୁଲ ସରିନଙ୍କ ନିଶା ପାଲଟିଛି। ଅସହାୟ ଗୋରୁ, କୁକୁର, ବିଲେଇ, ଗଧ, ଛେଳି, ଘୁଷୁରି ଓ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କୁ ଉଦ୍ଧାର କରୁଛନ୍ତି। ଏବେ ସୁଦ୍ଧା ସେ ୧୫,୦୦୦ ପ୍ରାଣୀଙ୍କୁ ଉଦ୍ଧାର କରିସାରିଛନ୍ତି। ଅତୁଲଙ୍କ ବୟସ ୫୮। ରହୁଛନ୍ତି ଉତ୍ତର ଗୋଆର ସିଓଲିମ୍‌ ସହରରେ। ସେ ‘ଓ୍ବେଲଫେୟାର ଫର୍‌ ଆନିମଲ୍ସ’ ଏନ୍‌ଜିଓ ଗଠନ କରି ତା’ ମାଧ୍ୟମରେ ଏହି ଅଭିଯାନ ଚଳାଉଛନ୍ତି। ୨୦୦୮ରେ ସେ ପ୍ରଥମେ ଏକ ଗାଈକୁ ଉଦ୍ଧାର କରିଥିଲେ ଓ ତା’ ନାଁ ଦେଇଥିଲେ ତାରା। ପରେ ଅତୁଲ କେବଳ ୫,୦୦୦ ଗାଈଙ୍କୁ ଉଦ୍ଧାର କରିପାରିଛନ୍ତି। ଉଦ୍ଧାର କରାଯାଇଥିବା ସମସ୍ତ ଜୀବଙ୍କ ଯନତ୍ ନେବା ଲାଗି ସେ ୧୦ ଜଣ କର୍ମଚାରୀଙ୍କୁ ନିଯୁକ୍ତ କରିଛନ୍ତି। ଏହାବାଦ୍‌ କେତେଜଣ ସ୍ବେଚ୍ଛାସେବୀ ବି ତାଙ୍କ ସହ ଏହି କାର୍ଯ୍ୟରେ ସାମିଲ ହୋଇଛନ୍ତି। ପ୍ରାଣୀମାନଙ୍କ ଲାଗି ପ୍ରତି ମାସରେ ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯାଉଛି। ଏଥିତ୍ପାଇଁ ସରକାର ମଧ୍ୟ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି।