ଏଇ ଭାରତରେ

ଡେରାଡୁନ ଚିଡ଼ିଆଖାନାର ଡାଇରେକ୍ଟର ପି.କେ. ପାତ୍ରୋଙ୍କ ପରିବେଶ ସଚେତନତା ନିଶ୍ଚିତ ଭାବେ ପ୍ରେରଣାଦାୟକ। ସେ ଚିଡ଼ିଆଖାନାକୁ ସମ୍ପୂର୍ଣ୍ଣ ପରିବେଶ ଉପଯୋଗୀ କରିପାରିଛନ୍ତି। ସେଠାରେ କୌଣସି ପ୍ଲାଷ୍ଟିକ ବ୍ୟବହାର କରାଯାଉନାହିଁ। ସେ ଚିଡ଼ିଆଖାନାର କାର୍ବନ ନିର୍ଗମନକୁ ଶୂନ ସ୍ତରକୁ ଆଣିପାରିଛନ୍ତି। ୨୦୧୪-୧୫ରେ ପାତ୍ରୋ ଚିଡ଼ିଆଖାନାର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହି ଅଭିଯାନ ଆରମ୍ଭ କରିଥିଲେ। ଯେଉଁମାନେ ଚିଡ଼ିଆଖାନା ଭିତରକୁ ପ୍ଲାଷ୍ଟିକ ବୋତଲ ତଥା ପ୍ୟାକେଟ୍‌ ନିଅନ୍ତି ସେମାନେ ୧୦ ଟଙ୍କାର ଟୋକନ କାଟନ୍ତି। ଫେରିବାବେଳେ ପ୍ଲାଷ୍ଟିିକ ଜିନିଷ ଫେରାଇବା ପରେ ସେମାନଙ୍କ ଟଙ୍କା ଫେରାଇ ଦିଆଯାଏ। ଏବେ ସୁଦ୍ଧା ୧ ଲକ୍ଷ ପ୍ଲାଷ୍ଟିକ ବୋତଲ ଓ ୮୦୦ କିଲୋ ପ୍ଲାଷ୍ଟିକ୍‌ ବ୍ୟାଗ୍‌ ରିସାଇକ୍ଲିଂ କରାଯାଇସାରିଲାଣି। ଚିଡ଼ିଆଖାନାରେ ତିନି ବର୍ଷ ପୂର୍ବରୁ ପ୍ଲାଷ୍ଟିକ୍‌ ରିସାଇକ୍ଲିଂ କରାଯିବା ସହ ପରିବେଶ ସଂରକ୍ଷଣ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। କେବଳ ପ୍ଲାଷ୍ଟିକ୍‌ ରିସାଇକ୍ଲିଂ ଉପରେ ଗୁରୁତ୍ୱ ଦିଆଯାଉଛି ତାହା ନୁହେଁ, ସେଠାରେ ପ୍ରାକୃତିକ ସାଧନ ଏବଂ ଶକ୍ତି ଉପଯୋଗ କରାଯାଉଛି। ସେ ଏଥିପାଇଁ ୫୫ କିଲୋଓ୍ବାଟ୍‌ କ୍ଷମତା ବିଶିଷ୍ଟ ସୋଲାର ପ୍ୟାନେଲ ଲଗାଇଛନ୍ତି। ପାତ୍ର୍ରୋଙ୍କ କାର୍ଯ୍ୟ କେବଳ ଚିଡ଼ିଆଖାନା ମଧ୍ୟରେ ସୀମିତ ନାହିଁ, ସେ ଏହାର ଆଖପାଖ ଗାଁଗୁଡ଼ିକରେ ଏଲ୍‌ଇଡି ମରାମତି କାର୍ଯ୍ୟରେ ମହିଳାମାନଙ୍କୁ ନିଯୁକ୍ତ କରିଛନ୍ତି। ବର୍ଷାଜଳ ସଂରକ୍ଷଣ ଉପରେ ବି ଧ୍ୟାନ ଦେଉଛନ୍ତି।