ଏଇ ଭାରତରେ

କୃଷିର ମୋହ ଆଗରେ ପିଏଚ୍‌ଡିର ଆକର୍ଷଣ ଫିକା ପଡ଼ିଛି ଇନ୍‌ଶାହା ରସୁଲଙ୍କ ଜୀବନରେ। କଶ୍ମୀରର ଏହି ମହିଳା ବେଙ୍ଗାଲୁରୁର ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସାଇନ୍ସରେ ଶିକ୍ଷା ଶେଷ କରି ଦକ୍ଷିଣ କୋରିଆରେ ପିଏଚ୍‌ଡି କରୁଥିଲେ। କିନ୍ତୁ ଜୈବିକ ଚାଷର ବିକାଶ ପାଇଁ ସେ ତାହା ଛାଡ଼ି ଭାରତର ଜମ୍ମୁ-କଶ୍ମୀରର ବୁଡ଼ଗାମକୁ ଫେରି ଆସି ଜୈବିକ ଚାଷରେ ମନୋନିବେଶ କଲେ। ଏଥିରେ ସଫଳତା ପାଇବା ପରେ ସେ ‘ହୋମ୍‌ଗ୍ରୀନ୍ସ’ ଆରମ୍ଭ କରି ସାରା ଭାରତରେ ଜୈବିକ ପରିବା ବିକ୍ରି କରୁଛନ୍ତି। ବିଭିନ୍ନ ପ୍ରକାର ପରିବା ଉପରେ ସେ ଗବେଷଣା କରୁଛନ୍ତି। ପ୍ରଥମେ ସେ ୩.୫ ଏକରରେ ଚାଷ ଆରମ୍ଭ କରି ଏବେ ୧୦ ଏକରକୁ ବୃଦ୍ଧି କରିଛନ୍ତି। ଗତ ନଭେମ୍ବର ଓ ଡିସେମ୍ବରରେ ରସୁଲ ୮ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରିପାରିଛନ୍ତି। ଶହ ଶହ କୃଷକଙ୍କୁ ତାଙ୍କ ପଦ୍ଧତିରେ ଜୈବିକ ଚାଷ କରିବାକୁ ପ୍ରୋତ୍ସାହିତ କରୁଛନ୍ତି।