ଏଇ ଭାରତରେ

ଫେସ୍‌ବୁକ୍‌ ଅନେକଙ୍କ ଜୀବନରେ ପରିବର୍ତ୍ତନ ଆଣିଛି। ଏମିତି ଏକ ପରିବର୍ତ୍ତନ ଆସିଛି ଡ. ଗଣେଶ କୁଲକର୍ଣ୍ଣିଙ୍କ କ୍ଷେତ୍ରରେ। କୁଲକର୍ଣ୍ଣି ରହନ୍ତି ଔରଙ୍ଗାବାଦରେ। ପେସାରେ ସେ ଜଣେ ଲାଇବ୍ରେରିଆନ, କିନ୍ତୁ ନିଶା ତାଙ୍କର ଚାଷ। ଚାଷ ପାଇଁ ସେ କୌଣସି କ୍ଷେତକୁ ଯାଉନାହାନ୍ତି, ବରଂ ନିଜ ଅଗଣାକୁ ଏକ ମିନି ଫାର୍ମରେ ପରିଣତ କରିଛନ୍ତି। ୮୦୦ ବର୍ଗଫୁଟ ଅଗଣାରେ ସେ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ କିସମର ଫଳ, ପରିବା ଓ ଫୁଲ ଉପତ୍ାଦନ କରିପାରୁଛନ୍ତି। ଏହି ଚାଷ ପଦ୍ଧତି ଫେସବୁକରୁ ଶିଖିବା ପରେ ଏଥିରେ ସଫଳ ହୋଇଛନ୍ତି। କୁଲକର୍ଣ୍ଣିଙ୍କ ବୟସ ୪୧। ସେ ପ୍ରତି ୧୫ ଦିନରେ ବିଭିନ୍ନ ପ୍ରକାର ପରିବା ଗଛ ଲଗାନ୍ତି। କେବଳ ଏତିକି ନୁହେଁ, କୁଲକର୍ଣ୍ଣି ସହରରେ ଏଭଳି ଚାଷ କରିବାକୁ ଲୋକମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି। ସୋସିଆଲ ମିଡିଆ ପାଲଟିଛି ତାଙ୍କ ପ୍ରଶିକ୍ଷଣର ମାଧ୍ୟମ। ଡିଡିଓରେ ହେଉ କିମ୍ବା ଲୋକମାନଙ୍କ ଘରେ ପହଞ୍ଚି ସେମାନଙ୍କୁ ଚାଷ ସମ୍ପର୍କରେ ପ୍ରଶିକ୍ଷଣ ଦେଉଛନ୍ତି। ଏବେ ସୁଦ୍ଧା ତାଙ୍କ ଗ୍ରୁପରେ ୧୫୦୦ ସଦସ୍ୟ ରହିଛନ୍ତି।