ଚାଷୀମାନେ ବହୁ ସମୟରେ ଅଭାବୀ ବିକ୍ରିର ସମ୍ମୁଖୀନ ହୋଇ ରାସ୍ତାରେ ପରିବା ପିଙ୍ଗି ଦେଉଥିତ୍ବା ଦୃଶ୍ୟ ଦେଖିବାକୁ ମିଳେ। ତେବେ ଏହି ସମସ୍ୟା ଦୂର କରିବା ଲାଗି ଆଇଆଇଟିରୁ ଡିଗ୍ରୀ ହାସଲ କରିଥିବା ନୀତୀନ କୁମାର ଏବଂ ତାଙ୍କ ଭଉଣୀ ରଶ୍ମି ଝା ଚାଷୀମାନଙ୍କ ପାଇଁ ଏକ ଉଚ୍ଚ କ୍ଷମତାସମ୍ପନ୍ନ ଫ୍ରିଜ୍ ନିର୍ମାଣ କରିଛନ୍ତି। ସେମାନଙ୍କ ଦ୍ୱାରା ନିର୍ମିତ ଫ୍ରିଜ୍ରେ ପରିବା ଓ ଫଳ ବହୁଦିନ ତଟକା ରହିପାରୁଛି। ଏଣୁ ଏଥିରେ ଚାଷୀମାନେ ସେମାନଙ୍କ ବଳକା ଉପତ୍ାଦ ରଖି ଧୀରେ ଧୀରେ ବିକ୍ରି କରି ଲାଭ ପାଇପାରିବେ। ଏହି ଫ୍ରିଜ୍ର ନାମ ସେମାନେ ଦେଇଛନ୍ତି ‘ସବ୍ଜିକୋଠି’। ଏହା ସାଧାରଣ ରେଫ୍ରିଜରେଟରଠାରୁ ୧୦ଗୁଣ ଅଧିତ୍କ କ୍ଷମତାଶାଳୀ ଓ ଏହାର ଅଧା ଖର୍ଚ୍ଚରେ ତିଆରି କରାଯାଇଛି। ଏଥିରେ ୩ରୁ ୩୦ ଦିନ ଯାଏ ଫଳ ଓ ପରିବା ସତେଜ ରହିପାରୁଛି। ସବ୍ଜିକୋଠି ପାଇଁ ଦିନକୁ ମାତ୍ର ୧ ଲିଟର ପାଣି ଓ ୨୦ ଓ୍ବାଟ୍ ବିଦ୍ୟୁତ୍ ଦରକାର ହେଉଛି। ଏହାକୁ ସହଜରେ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ମଧ୍ୟ ନିଆଯାଇପାରୁଛି।