ଏଇ ଭାରତରେ

ହରିୟାଣାର ପଞ୍ଚକୁଲା ଆଣ୍ଟି ହ୍ୟୁମ୍ୟାନ୍‌ ଟ୍ରାଫିକିଂ ୟୁନିଟ୍‌ର ଆସିଷ୍ଟାଣ୍ଟ ସବ୍‌ଇନ୍ସପେକ୍ଟର (ଏଏସ୍‌ଆଇ) ରାଜୀବ କୁମାର ୫ ବର୍ଷରେ ୫୦୦ ଶିଶୁଙ୍କୁ ଉଦ୍ଧାର କରି ସେମାନଙ୍କ ପରିବାରକୁ ହସ୍ତାନ୍ତର କରିଛନ୍ତି। ରାଜୀବ ୨୦୧୫ରୁ ଏହି ଦାୟିତ୍ୱ ନିର୍ବାହ କରୁଛନ୍ତି। ଦାୟିତ୍ୱ ନେବା ପରେ ପ୍ରଥମ ବର୍ଷ ସେ ୬ ଜଣ ଶିଶୁଙ୍କୁ ଉଦ୍ଧାର କରିଥିଲେ। ସେ ପିଲାମାନଙ୍କୁ ଉଦ୍ଧାର କରିବାକୁ ଦିନ ରାତି କାମରେ ଲାଗି ପଡନ୍ତି। ୨୦୧୬ରେ ୩୩ ଜଣଙ୍କୁ ଉଦ୍ଧାର କରିବା ପରେ ପ୍ରତିବର୍ଷ ତାଙ୍କୁ ଅଧିକ ସଫଳତା ମିଳିବାରେ ଲାଗିଛି। ସେ ସହରରେ ଭିକାରି ମାନଙ୍କୁ ବି ଥଇଥାନ କରୁଛନ୍ତି। ରାଜୀବ ତାଙ୍କ ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ବିଭିନ୍ନ ରାଜ୍ୟର ସାମାଜିକ କର୍ମୀ, ଚାଇଲ୍ଡ କେୟାର ଇନଷ୍ଟିଚ୍ୟୁଶନ(ସିସିଆଇ) ମେମ୍ବର ଓ ବିଭିନ୍ନ ପୋଲିସ ୟୁନିଟ୍‌କୁ ସାମିଲ କରିଛନ୍ତି। ଏହାଦ୍ୱାରା ସେମାନଙ୍କ ମାଧ୍ୟମରେ ସେ ନିଖୋଜ ଶିଶୁମାନଙ୍କ ସମ୍ପର୍କରେ ତଥ୍ୟ ପାଇପାରୁଛନ୍ତି। ଥରେ ତାଙ୍କ ପାଖକୁ ତଥ୍ୟ ଆସିଗଲେ ଉଦ୍ଧାର କାର୍ଯ୍ୟରେ ଲାଗିପଡୁଛନ୍ତି। ‘ମିସିଂ ଚାଇଲ୍ଡ ପଞ୍ଚକୁଲା’ଫେସ୍‌ବୁକ ପେଜ୍‌ରେ ସେ ଏ ସମ୍ପର୍କରେ ସବିଶେଷ ତଥ୍ୟ ଶେୟାର କରୁଛନ୍ତି।