ଏଇ ଭାରତରେ

ବୟସ କମ୍‌ ହେଲେ ମଧ୍ୟ ଦୃଢ଼ ଇଚ୍ଛାଶକ୍ତି ବଳରେ ସଫଳତା ପାଇବାରେ କିଛି ଅସୁବିଧା ନ ଥାଏ ବୋଲି ପ୍ରମାଣ କରିଛନ୍ତି ଜଣେ ସଫଳ କୁନି ପରିବେଶକର୍ମୀ ପ୍ରସିଦ୍ଧି ସିଂ। ପ୍ରସିଦ୍ଧି ରହୁଛନ୍ତି ଚେନ୍ନାଇର ମହିନ୍ଦ୍ରା ଓ୍ବାଲର୍‌ଡ ସିଟିରେ। ତାଙ୍କ ବୟସ ଏବେ ୯ ବର୍ଷ। ଏହି ବୟସରେ ସେ ହଜାର ହଜାର ଗଛ ଲଗାଇ ୨୦ଟି ମିନି ଜଙ୍ଗଲ ସୃଷ୍ଟି କରିପାରିଛନ୍ତି। କେବଳ ଏତିକି ନୁହେଁ, ‘ପ୍ରସିଦ୍ଧି ଫରେଷ୍ଟ ଫାଉଣ୍ଡେଶନ’ ନାମରେ ଏକ ଜଙ୍ଗଲ ପ୍ରତିଷ୍ଠା କରି ତାହାକୁ ସେ ଚଳାଉଛନ୍ତି। ତାଙ୍କୁ ୪ ବର୍ଷ ହୋଇଥିବାବେଳେ ଚେନ୍ନାଇରେ ଦେଖିଥିଲେ ଏକ ପ୍ରଳୟଙ୍କରୀ ବାତ୍ୟା। ବାତ୍ୟାରେ ବହୁ ଗଛ ନଷ୍ଟ ହୋଇଯାଇଥିଲା, ଯାହା ତାଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା। ପରେ ଗଛ ଲଗାଇବାର ସଙ୍କଳ୍ପ ନେଇ ସେ ତାଙ୍କ ଅଭିଯାନ ଚଳାଇଛନ୍ତି। ଉକ୍ତ ଫାଉଣ୍ଡେଶନ ଦ୍ୱାରା ଏହିସବୁ କାର୍ଯ୍ୟ କରୁଛନ୍ତି। ନିଜ ଜନ୍ମମାଟିରେ ସେ ୨୦ଟି ମିନି ଜଙ୍ଗଲ କରିସାରିଲେଣି। ସେ ସବୁ ଗଛ ଲଗାଇବା ସହ ତାହାର ଯନତ୍ ବି ନେଉଛନ୍ତି। ମାତ୍ର ୨ ବର୍ଷ ବୟସରେ ପରିବେଶକୁ ଭଲ ପାଇବା ଆରମ୍ଭ ହୋଇଥିଲା ବୋଲି କହନ୍ତି ପ୍ରସିଦ୍ଧି। ଏବେ ସେହି ଭଲପାଇବା ତାଙ୍କୁ ସଫଳତା ଆଣିଦେଇଛି। ପ୍ରତିଦିନ ସେ ସବୁ ଜଙ୍ଗଲକୁ ଯାଆନ୍ତି ଓ ସେଠାରେ ଗଛଗୁଡ଼ିକୁ ନିରୀକ୍ଷଣ କରନ୍ତି। ଏବେ ସେହି ସବୁ ଜଙ୍ଗଲରେ ବହୁ ପ୍ରଜାତିର ପ୍ରଜାପତି ଓ ପକ୍ଷୀ ରହିବା ଆରମ୍ଭ କରିଛନ୍ତି।