ଏଇ ଭାରତରେ

ମେକ୍ସିିକୋ ଓ ସେଣ୍ଟ୍ରାଲ ଆମେରିକାରେ ଫଳୁଥିବା ଡ୍ରାଗନ ଫ୍ରୁଟ୍ସ ଚାଷ କରି ତ୍ରିପୁରାର ଚାଷୀ ପରିମଲ ଦାସ ସଫଳ ହୋଇଛନ୍ତି। ସେ ଡ୍ରାଗନ ଫ୍ରୁଟ୍ସ ଫଳାଇ କିଲୋ ୪୦୦ ଟଙ୍କା ଭାଉରେ ବିକ୍ରି କରୁଛନ୍ତି। ପରିମଲଙ୍କ ବୟସ ୫୭। ସେ ପ୍ରଥମେ ଇଣ୍ଟରନେଟ୍‌ରୁ ଏହି ଚାଷ ସମ୍ପର୍କରେ ଜାଣିବାକୁ ପାଇଥିଲେ। କଞ୍ଚନମାଳା ଗାଁ ରହନ୍ତି ପରିମଲ। ସେ ୨୦୧୭ରେ କୋଲକାତା ଓ ବାଂଲାଦେଶରୁ ୫୦ଟି ଚାରା ଆଣି ୧.୫ ଏକର ଜମିରେ ରୋପଣ କରିଥିଲେ। ୧୮ ମାସ ପରେ ଫଳ ଆସିବା ଆରମ୍ଭ ହୋଇଥିଲା। ଏବେ ସେ ଅଧିତ୍କ ଲାଭ ପାଉଛନ୍ତି। ବର୍ଷସାରା ଡ୍ରାଗନ ଫ୍ରୁଟ୍ସ ଫଳୁଛି। ୨୦୧୯ରେ ସେ ପ୍ରଥମେ ୫୦ କେଜି ଡ୍ରାଗନଫ୍ରୁଟ୍ସ ବିକ୍ରି କରିଥିଲେ। ଚଳିତ ବର୍ଷ ପ୍ରଥମ ଥରରେ ବିକ୍ରି କରି ୩୦,୦୦୦ ଟଙ୍କା ଲାଭ ପାଇସାରିଛନ୍ତି। ସେ ଏହି ଫାର୍ମରେ ପ୍ରଥମେ ୧୫,୦୦୦ ଟଙ୍କା ନିବେଶ କରିଥିଲେ।