ଏଇ ଭାରତରେ

ଅସହାୟ ଗରିବ, ମାନସିକ ଓ ଶାରୀରିକ ଦିବ୍ୟାଙ୍ଗ ପିଲାମାନଙ୍କ ସାହାରା ପାଲଟିଛନ୍ତି ଗୁଜରାଟର କିରଣ ପିଠିୟା ଏବଂ ତାଙ୍କ ପତି ରମେଶ ।
ରାଜକୋଟର ଉପଲେଟା ବ୍ଲକ୍‌ ନିବାସୀ ଏହି ଦମ୍ପତି ବିବାହର ଠିକ୍‌ ପରେ ପରେ ଦିବ୍ୟାଙ୍ଗ ଶିଶୁମାନଙ୍କ ସେବା କରିବାକୁ ନିଷ୍ପତ୍ତି ନେଇଥିଲେ। ବାସ୍ତବରେ ଏଭଳି ପତି ପତ୍ନୀଙ୍କ ଜୀବନର ଲକ୍ଷ୍ୟ ଏକ ହେବା ଖୁବ୍‌ କମ୍‌ ଦେଖିବାକୁ ମିଳେ। ଏହି କାର୍ଯ୍ୟ ଲାଗି କିରଣ ଚାକିରି ଛାଡ଼ି ଦେଇଛନ୍ତି। ଉକ୍ତ ଦମ୍ପତି ପ୍ରଥମେ ୧୦ ଜଣ ପିଲାଙ୍କୁ ନେଇ ଏକ ଭଡ଼ାଘରେ ସେବା ଆରମ୍ଭ କରିଥିଲେ। ପରେ ‘ଦିବ୍ୟ ଜ୍ୟୋତ ଦିବ୍ୟାଙ୍ଗ’ ସଂସ୍ଥା ଗଢି ତା’ ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। ରମେଶ ପିଲାଙ୍କୁ ଭୋକେଶନାଲ ଟ୍ରେନିଂ ଦେଉଛନ୍ତି ଓ ପଢ଼ାଉଛନ୍ତି। ଏବେ ତାଙ୍କ ପାଖରେ ୨୭ ଜଣ ଦିବ୍ୟାଙ୍ଗ ପିଲା ରହିଛନ୍ତି ଏବଂ ଅଧିକ ସୁବିଧା ହେଲେ ସେମାନେ ବେଶି ପିଲା ରଖିବାକୁ ଯୋଜନା କରିଛନ୍ତି ବୋଲି କହନ୍ତି କିରଣ। ଏ ବାବଦରେ ପ୍ରତି ମାସରେ ଖର୍ଚ୍ଚ ପାଇଁ ଆବଶ୍ୟକ ପାଖାପାଖି ୫୦ ହଜାର ଟଙ୍କା ଲୋକମାନଙ୍କଠାରୁ ଦାନ ସୂତ୍ରରେ ଯୋଗାଡ଼ ହେଉଛି। ପିଲାମାନଙ୍କ ଯନତ୍ ନେବା ଲାଗି ସେମାନେ ଆଉ ତିନି ଜଣ ଲୋକଙ୍କୁ ମଧ୍ୟ ନିଯୁକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନେକ ଆଶା, ଭରସା

ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ, ଏଠି ବର୍ଷାର ଅଭାବ ନାହିଁ, ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏଇ ପ୍ରଦେଶରେ ଖଣିଜ ସମ୍ପଦ ଅପର୍ଯ୍ୟାପ୍ତ ଏବଂ ଉପକୂଳବର୍ତ୍ତୀ ରାଜ୍ୟ...

ପ୍ରବାସୀ ଭାରତୀୟ ଦିବସ: ଓଡ଼ିଆଙ୍କ ପାଇଁ ସଂକଳ୍ପର ଦିବସ

ଏଥର ଓଡ଼ିଶାରେ ଅନୁଷ୍ଠିତ ହେଉଛି ପ୍ରବାସୀ ଭାରତୀୟ ଦିବସ। ଭାରତ ସରକାରଙ୍କ ବିଦେଶ ମନ୍ତ୍ରଣାଳୟର ଏହି ମହତ୍ୱାକାଂକ୍ଷୀ କାର୍ଯ୍ୟର ଉଦ୍ଦେଶ୍ୟ ବିଭିନ୍ନ ଦେଶରେ ରହୁଥିବା ଭାରତୀୟମାନଙ୍କୁ...

ଏକ ସଂଯୋଗ

ନିକଟରେ ନୂଆଦିଲ୍ଲୀରେ ସଚିବ ସ୍ତରୀୟ ଅଦଳବଦଳକୁ ନେଇ କେତେକେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଏହି ଅଦଳବଦଳର ଯୁକ୍ତିଯୁକ୍ତତା ପଛରେ ରହସ୍ୟ ରହିଛି। କିନ୍ତୁ ବର୍ତ୍ତମାନ ପାଇଁ ଆସନ୍ତୁ...

ଏଇ ଭାରତରେ

କୁହାଯାଏ ଜ୍ଞାନ ଅର୍ଜନ କରିବାର କୌଣସି ନିର୍ଦ୍ଦିଷ୍ଟ ବୟସ ନ ଥାଏ। ସେଥିପାଇଁ ତ ୮୧ ବର୍ଷ ବୟସରେ ବି ପୁଣି ଥରେ ପାଠ ପଢ଼ିବା...

ଓଲଟ ଗତି

ଜଣେ ବିଦେଶୀ ପର୍ଯ୍ୟଟକ ସକାଳୁ ସହରର ଏକ ଲଜିଂରୁ ରେଳଷ୍ଟେଶନକୁ ଚାଲିଚାଲି ଯାଉଥିଲେ ଓ ଦୁଇଟି ଓଜନିଆ ବ୍ୟାଗ୍‌ ଧରିଥିବାରୁ ଥକିପଡୁଥିଲେ। ସେହି ରାସ୍ତା ଦେଇ...

ମାକ୍ସୱେଲ୍‌ଙ୍କ ତରଙ୍ଗ ଓ ଆଲୋକ

ବ୍ରିଟିଶ ଗବେଷକ ସାର୍‌ ଆଇଜାକ୍‌ ନ୍ୟୁଟନ୍‌ ଆମ ଆଖପାଖରେ ଥିବା ବସ୍ତୁଗୁଡ଼ିକର ଗତିକୁ ନିର୍ଦ୍ଦିଷ୍ଟ ରୂପେ ମାପିବା ପାଇଁ ଗତିଶୀଳ ବସ୍ତୁର ଗତି ପଛରେ ନିହିତ...

ମୁଦ୍ରାସ୍ଫୀତି ଓ ଜଳବାୟୁ ସଙ୍କଟ

ବର୍ଷେ ଦୁଇ ବର୍ଷ ହେଲା ବୈଶ୍ୱିକ ମୁଦ୍ରାସ୍ଫୀତି ଯୋଗୁ ଖାଦ୍ୟ, ଶକ୍ତି ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଜିନିଷଗୁଡ଼ିକର ଅହେତୁକ ମୂଲ୍ୟ ବୃଦ୍ଧି ଘଟିଛି। ଫଳରେ ସାରା...

ବିବାହରେ ଅତିଥି

ବର୍ଷା ଋତୁ ନିଜର ଦାୟିତ୍ୱହୀନତା ପାଇଁ କୁଖ୍ୟାତ। ପାଣିପାଗ ବିଭାଗର ପୂର୍ବାନୁମାନ ସତ୍ତ୍ୱେ ବର୍ଷା ସମ୍ପୂର୍ଣ୍ଣ ନିଜ ଇଚ୍ଛାରେ ଚଳପ୍ରଚଳ। କେତେବେଳେ ସେ ଠିକ୍‌ ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri