ଏଇ ଭାରତରେ

କୃଷି କ୍ଷେତ୍ରରେ ଡ୍ରୋନ୍‌ ବ୍ୟବହାରକୁ ବ୍ୟାପକ କରିବା ଲାଗି ସରକାର ଘୋଷଣା କରିଛନ୍ତି ସତ, ହେଲେ କେରଳର ଆଲପ୍ପୁଜାରେ ଜନ୍ମିତ ଭାଇ-ଭଉଣୀ ଏ କ୍ଷେତ୍ରରେ କିଛି ପାଦ ଆଗକୁ ବଢ଼ିଛନ୍ତି । ନିଜସ୍ବ ପ୍ରୟାସରେ ଦେବିକା ଏବଂ ଦେବନ ଚନ୍ଦ୍ରଶେଖରନ ୨୦୨୦ରେ ‘ଫ୍ୟୁଜେଲାଜ୍‌ ଇନୋଭେଶନ’ ଷ୍ଟାର୍ଟଅପ୍‌ ଗଠନ କରି ତା’ମାଧ୍ୟମରେ ଏଗ୍ରି ଡ୍ରୋନ୍‌ ନିର୍ମାଣ କରୁଛନ୍ତି। ଏହା ସାହାଯ୍ୟରେ ସାର ସ୍ପ୍ରେ କରାଯାଉଛି। ଏହାଦ୍ୱାରା ହଜାର ହଜାର ଚାଷୀ ଉପକୃତ ହେଉଛନ୍ତି। ଦେବିକା ଇଲେକ୍ଟ୍ରିକାଲ ଓ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂରେ ଏବଂ ଦେବନ ଏରୋନଟିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି। ଏହା ସାହାଯ୍ୟ ଫସଲର ସର୍ଭେ କରାଯିବା ସହ ସାର ସ୍ପ୍ରେ କରାଯାଇ କୃଷି ଉପତ୍ାଦନ ୪୦% ବୃଦ୍ଧି କରାଯାଇପାରିଛି। ଏହି ଡ୍ରୋନ କମ୍‌ ସମୟ ମଧ୍ୟରେ ଫସଲ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ଦେଇପାରୁଛି। ଗୋଟିଏ ଦିନରେ ଏହା ୫୦ ଏକରରେ ସାର ସ୍ପ୍ରେ କରିପାରୁଛି; ଫଳରେ ଶ୍ରମିକ ଖର୍ଚ୍ଚ କମୁଛି ଓ ଚାଷୀମାନେ ଲାଭ ପାଉଛନ୍ତି।