ଏଇ ଭାରତରେ

ଝିଅ କି ପୁଅ ହେବ ତାହା ଜାଣିବା ଲାଗି ଅନ୍ଧବିଶ୍ୱାସର ସାହାରା ନେଉଛନ୍ତି ଝାଡ଼ଖଣ୍ଡର ବେଡ଼ୋ ବ୍ଲକର ଖୁଖରା ଗାଁ। ଏହି ଗାଁରେ ଏକ ପାହାଡ଼ ଅଛି। ଏହା ଉପରେ ଲୋକମାନଙ୍କ ଗଭୀର ବିଶ୍ୱାସ ମଧ୍ୟ ରହିଛି। ଏହି ପାହାଡ଼ରେ ଚାନ୍ଦ ଆକୃତିର ଏକ ଚିହ୍ନ ଶୋଭାପାଉଛି। ଏହି ପାହାଡ଼କୁ ସ୍ଥାନୀୟ ଅଞ୍ଚଳରେ ଚାନ୍ଦ ପାହାଡ଼ ମଧ୍ୟ କୁହାଯାଏ। ଏହି ପାହାଡ଼ରେ ଥିବା ଚାନ୍ଦର ଆକୃତିରୁ ମାତୃଗର୍ଭରେ ବଢୁଥିବା ପିଲାର ଆକୃତି ବି ଜାଣିହୁଏ ବୋଲି ଦୃଢ଼ତାର ସହ କହନ୍ତି ଗ୍ରାମବାସୀ। ଗାଁର ଗର୍ଭବତୀ ମହିଳାମାନେ ପାହାଡ଼ ପାଖକୁ ଯାଆନ୍ତି। ଦୂରରୁ ସେହି ପାହାଡ଼ରେ ଥିବା ଚାନ୍ଦକୁ ସେମାନେ ପଥର ଫିଙ୍ଗନ୍ତି। ଯଦି ଚାନ୍ଦ ଭିତରେ ସେମାନେ ଫିଙ୍ଗିଥିବା ପଥର ବାଜେ ତେବେ ପୁଅ ହେବ ବୋଲି ସେମାନେ ବିଚାର କରନ୍ତି ଓ ବାହାରେ ବାଜିଲେ ଝିଅ ହେବ ବୋଲି ଧରିନିଅନ୍ତି। ୪୦୦ ବର୍ଷରୁ ଚାଲି ଆସଥିବା ଏହି ଅନ୍ଧବିଶ୍ୱାସ ଭିତ୍ତିକ ପରମ୍ପରାକୁ ଗାଁ ଲୋକେ ଛାଡ଼ି ପାରିନାହାନ୍ତି।